ଉତ୍ତରାଖଣ୍ଡର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ…

add-all

fire

ଉତ୍ତରାଖଣ୍ଡର ମୁସୁରୀର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ହୋଟେଲରେ ପାର୍କିଂ ହୋଇଥିବା ଦୁଇଟି ଗାଡି ପୋଡି ପାଉଁସ ହୋଇଯାଇଛି। ଖବର ଲେଖାହେବା ସୁଦ୍ଧା କୌଣସି ମୃତାହତଙ୍କ ସୂଚନା ମିଳିନଥିଲା।

ସୂଚନା ଅନୁସାରେ, ମସୁରୀର ଓଟସ ବ୍ୟାକ ରୋଡରେ ଥିବା ସିଡସ୍ ରିଙ୍କ ହୋଟେଲରେ ନିଆଁ ଲାଗିଯାଇଥିଲା। ଖବର ପାଇ ଦମକାଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କିନ୍ତୁ ପାର୍କିଂ ହୋଇଥିବା ଦୁଇଟି ଗାଡି ପୋଡିଯାଇଛି। ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା କୁହାଯାଉଛି। ଏହି ଅଗ୍ନାକଣ୍ଡ ପରେ ସ୍ଥାନୀୟ ଅଞ୍ଚଳ ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଛି। ଲୋକେ ଭୟଭୀତ ହୋଇପଡିବାରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କ୍ଷୟକ୍ଷତି ନେଇ କୌଣସି ଆକଳନ କରାଯାଇ ନାହିଁ।

ad-week
Leave A Reply

Your email address will not be published.