ଜଳାନ୍ତକକୁ ସୂଚୀତ ରୋଗ ଭାବେ ଘୋଷଣା କଲେ ରାଜ୍ୟ ସରକାର…

add-all

jal

ଭୁବନେଶ୍ୱର: ଜୀବଜନ୍ତୁଙ୍କ କାମୁ଼ଡିବା ଦ୍ୱାରା ମଣିଷ ମାନେ ଯେଉଁ ରୋଗରେ ସଂକ୍ରମିତ ହୁଅନ୍ତି ବା ଆକ୍ରାନ୍ତ ହୁଅନ୍ତି ତାଙ୍କୁ ଜଳାନ୍ତକ ରୋଗ କୁହାଯାଏ। ଏବେ ଏହାକୁ ଏକ ସୂଚୀତ ରୋଗ ବୋଲି ସରକାର ଘୋଷଣା କରିଛନ୍ତି। ସୂଚୀତ ରୋଗ ଘୋଷଣା କରିବାର ଅର୍ଥ ଏହି ଜଳାନ୍ତକରେ କେହି ଆକ୍ରାନ୍ତ ହେଲେ ଜଣେ ନିୟମ ଅନୁଯାୟୀ ଚିକିତ୍ସିତ ହେବେ ସ୍ଥାନୀୟ ଡାକ୍ତରକଙ୍କୁ ଅବଗତ କରାଇବା ପରେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶନିବାର ଏକ ବିଜ୍ଞପ୍ତିରେ କହିଛି ଯେ ଜଳାନ୍ତକ ଏକ ଭୂତାଣୁ ଜନିତ ରୋଗ, ଯାହା ଫଳରେ ମଣିଷର ମୃତ୍ୟୁ ଘଟୁଛି। କୁକୁର କାମୁଡ଼ିବା କାରଣରୁ ଜଳାତଙ୍କ ସଂକ୍ରମଣର ୯୯% ଯାଏଁ ଦେଖାଯାଏ।

ଯଦିଓ ଜଳାନ୍ତକ ୧୦୦% ମାରାତ୍ମକ, ଏହା ଠିକ୍ ସମୟରେ ଏବଂ ଉପଯୁକ୍ତ ପୋଷ୍ଟ ଏକ୍ସପୋଜର ପ୍ରୋଫାଇଲାକ୍ସିସ୍ (ପିଇପି) ଦ୍ୱାରା ପ୍ରତିରୋଧ ଯୋଗ୍ୟ। ଜଳାନ୍ତକ ହେଉଛି ସର୍ବପୁରାତନ ସ୍ୱୀକୃତିପ୍ରାପ୍ତ ଜନସ୍ୱାସ୍ଥ୍ୟ ଜନିତ ରୋଗ ଯାହା ରାଜ୍ୟରେ ଯଥେଷ୍ଟ ରୋଗ, ମୃତ୍ୟୁହାର ଏବଂ ଆର୍ଥିକ କ୍ଷତି ପାଇଁ ଦାୟୀ। ୨୦୩୦ ସୁଦ୍ଧା ଜଳାତଙ୍କ ଦୂରୀକରଣ ପାଇଁ ବିଶ୍ୱବ୍ୟାପୀ ଆହ୍ୱାନ ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଜାତୀୟ ରେବିଜ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍ଆସଆରପି) ଜଳାନ୍ତକ ନିରୀକ୍ଷଣର ସମସ୍ୟା ଓ ଆହ୍ୱାନର ସମାଧାନ ପାଇଁ ଦେଶରେ କାର୍ଯ୍ୟକାରୀ କରାଯାଉଛି।

ଜଳାନ୍ତକର ପ୍ରତିରୋଧ, ନିୟନ୍ତ୍ରଣ ଏବଂ ବିଲୋପ କେବଳ ଦୃଢ଼ ନିରୀକ୍ଷଣ, ପୋଷ୍ଟ ଏକ୍ସପୋଜର ପ୍ରୋଫାଇଲାକ୍ସିସ ଏବଂ ମାମଲା / ମୃତ୍ୟୁ ରିପୋର୍ଟିଂ ସିଷ୍ଟମ ମାଧ୍ୟମରେ ହାସଲ କରାଯାଇପାରିବ।

ad-week
Leave A Reply

Your email address will not be published.