ଭିଡିଓ ଉତ୍ତୋଳନ କରୁଥିଲେ ବନ କର୍ମଚାରୀ, ମାରିଦେଲା ହାତୀ…

add-all

dsfwe

ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ। ମୃତ ବନ କର୍ମଚାରୀଙ୍କ ନାଁ ସୁଧାକର ବି ଆତରାମ। ସେ ବନ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଶନିବାର ପଳାସଗାଁ ଜଙ୍ଗଲକୁ କିଛି ହାତୀ ଆସିଥିବା ନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର ଏକ ଟିମ୍ ସେଠାରେ ପହଞ୍ଚିଥିଲେ। ସେମାନଙ୍କ ସହିତ ଡ୍ରାଇଭର ସୁଧାକର ବି ଆତରାମ ମଧ୍ୟ ଥିଲେ।

ବନ ବିଭାଗ ଟିମ୍ ହାତୀ ଘଉଡ଼ାଇବା କାର୍ଯ୍ୟରେ ଲିପ୍ତ ଥିବା ବେଳେ ସୁଧାକର ସେଠାରେ ରାସ୍ତାକଡ଼ରେ ଗାଡ଼ି ଛିଡ଼ା କରି ମୋବାଇଲ ଫୋନରେ ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ଏକ ହାତୀ ହଠାତ୍ ତାଙ୍କ ଆଡ଼କୁ ଦୌଡ଼ି ଆସିଥିଲା। ହାତୀକୁ ଦେଖି ଅନ୍ୟମାନେ ଖସି ପଳାଇଥିଲେ। କିନ୍ତୁ ସୁଧାକର ଖସି ପାରି ନଥିଲେ। ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପଡ଼ିଯାଇଥିଲେ। ଆଉ ହାତୀ ତାଙ୍କୁ ତା’ ଗୋଡ଼ରେ ଦଳି ଦେଇଥିଲା। ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.