ଭିଡ଼ ହିଂସାରେ ସାମିଲ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ହେବ: ଓଡିଶା ପୁଲିସ…

add-all

odisha police

ଭୁବନେଶ୍ୱର: ଭିଡ ହିଂସା ଏକ ଅପରାଧ ଏବଂ ସେଥିରେ ଯେଉଁ ବ୍ୟକ୍ତି ଭାଗ ନିଅନ୍ତି ତାହା ମଧ୍ୟ ବଡ଼ ଅପରାଧ। ଜଣେ ବ୍ୟକ୍ତି ଯଦି କୌଣସି ପ୍ରକାରର ଭିଡ ହିଂସାରେ ଭାଗ ନିଏ ତେବେ ତାକୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ହେବ ବୋଲି ଓଡିଶା ପୋଲିସ ପକ୍ଷରୁ କୁହାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ତେହେସିନ ଏସ ପୁନାୱାଲା ବନାମ ଭାରତ ସରକାର ମକଦ୍ଦମାର ବିଚାର ସମୟରେ ଶୁଣାଣି କରି କହିଛନ୍ତି ଯେ ଭିଡ଼ ହିଂସା ଏକ ଅପରାଧ ଓ ସେଥିରେ ଭାଗ ନେଉଥିବା ଯେକୌଣସି ବ୍ୟକ୍ତିଙ୍କୁ କଠୋରରୁ କଠୋରତମ ଦଣ୍ଡ ବିଧାନ କରାଯିବ।

ଜଣଙ୍କର ଅପରାଧ ପାଇଁ ଦଳ ଓ ଷଡଯନ୍ତ୍ରରେ ଭାଗ ନେଉଥିବା ସମସ୍ତ ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏକ ରାୟରେ ପ୍ରକାଶ କରିଛନ୍ତି ଯେ, “ଭିଡ ହିଂସା ଏକ ଅପରାଧ ଓ ସେଥିରେ ଭାଗ ନେଉଥିବା ଯେକୌଣସି ବ୍ଯକ୍ତିଙ୍କୁ କଠୋରରୁ କଠୋରତମ ଦଣ୍ଡ ବିଧାନ କରାଯିବ।”

ଜଣଙ୍କର ଅପରାଧ ପାଇଁ ଦଳ ଓ ଷଡଯନ୍ତ୍ରରେ ଭାଗନେଉଥିବା ସମସ୍ତ ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ। ସୁତରାଂ ଓଡ଼ିଶା ପୋଲିସ ତରଫରୁ ସମସ୍ତ ବ୍ୟକ୍ତିମାନଙ୍କୁ ସଚେତନ କରାଯାଉଛି କି କୌଣସି ପ୍ରକାରର ଭିଡ ହିଂସାରେ ଭାଗ ନିଅନ୍ତୁ ନାହିଁ। ସୋସିଆଲ ମିଡିଆ ଏକ୍ସ(ଟ୍ୱିଟର)ରେ ଓଡ଼ିଶା ପୋଲିସ ତରଫରୁ ଜନହିତରେ ଏହି ସୂଚନା ଜାରି କରାଯାଇଛି।

ad-week
Leave A Reply

Your email address will not be published.