ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

add-all

ଦାରିଙ୍ଗବାଡି, ୧୮/୦୯ : କନ୍ଧମାଳ ଜିଲାର ପୋଲିସ ମୁଖ୍ୟଙ୍କ ନିର୍ଦ୍ଦେଶ କ୍ରମେ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ସ୍ବେଛା କୃତ ରକ୍ତ ଦାନ ଶିବିର ଆସନ୍ତା ୨୨ ତାରିଖ ଶୁକ୍ରବାର କରିବାର ନିଷ୍ପତି ନେଇଛି। ଏହି ରକ୍ତଦାନ ଶିବିର ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟରେ କରାଯିବ। ଏଣୁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନେତୃତ୍ୱ କ୍ରମେ ଥାନା ପକ୍ଷରୁ ଥାନା ଅଧିନସ୍ତ ସମସ୍ତ ଅଞ୍ଚଳ ବୁଲି ସ୍ବେଚ୍ଛାକୃତ ରକ୍ତ ଦାନ କରିବାକୁ ସେଚେତନ କରାଯାଇଛି। ବହୁ ମାତ୍ରାରେ ଞ୍ଚଳର ସ୍ବେଛାସେବୀ ମାନେ ରକ୍ତଦାନ ଶିବିରରେ ଯୋଗ ଦେଇ ସ୍ବେଚ୍ଛାକୃତ ରକ୍ତ ଦାନ କରିବେ ବୋଲି ଥାନା ଅଧିକାରୀଙ୍କ ସୂଚନା ରହିଛି।

ad-week
Leave A Reply

Your email address will not be published.