ଦାରିଙ୍ଗବାଡ଼ିରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

add-all

ଦାରିଙ୍ଗବାଡି,୧୮/୯ : ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ସମୁଦାୟ ୫୬ ଗୋଟି ଅଭିଯୋଗର ଶୁଣାଣି କରିଥିଲେ। ସାମୁହିକ ଭାବେ ୩୭ ଗୋଟି ହୋଇଥିବା ବେଳେ ୧୯ ଗୋଟି ବ୍ୟକ୍ତଗତ ଅଭିଯୋଗ ରହିଥିଲା । ଦାରିଙ୍ଗବାଡି ଲ୍ୟାମ୍ପସ ରେ ଏମଡି ନିଯୁକ୍ତି, ତାଜୁଙ୍ଗିଆ ପଞ୍ଚାୟତ ସମେତ ଝିଞ୍ଜିରିଗୁଡ଼ା, କୁମ୍ଭାରିଗାଁ, କାଟିଙ୍ଗିଆ, ବ୍ରାହ୍ମଣୀଗାଁ, ସରାମୁଳି, ଗୋଦାପୂର ହାତିମୁଣ୍ଡା ପଞ୍ଚାୟତରେ ମଦମୁକ୍ତ ପଞ୍ଚାୟତ କରିବା ସହ ବ୍ରାହ୍ମଣୀଗାଁରେ ଅବକାରୀ ଥାନା କରିବା ନିମନ୍ତେ ସରପଞ୍ଚ ମାନେ ଅଭିଯୋଗ କରିଥିଲେ। ଏଥି ସହିତ ସିକରମାହା ମେଡ଼ିକାଲରେ ରହିଥିବା କର୍ମଚାରୀଙ୍କ କୋଠା ମରାମତି, ଆବାସ ଯୋଜନାରେ ଗୃହ ପାଇଥିବା ଭୂମିହିନ ହିତାଧି କାରୀଙ୍କୁ ଜମି ପ୍ରଦାନ, ରାସ୍ତା ନିର୍ମାଣ, ଜଳ ଯୋଗାଣ, ମେଡ଼ିକାଲ ଚିକିତ୍ସା ନିମନ୍ତେ ସହାୟତା ପ୍ରଦାନ, ଦାରିଙ୍ଗବାଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଙ୍କ ପାଇଁ ଶୌଚାଳୟ ନିର୍ମାଣ, ନଳକୂପ ଖନନ, ହଷ୍ଟେଲ ବ୍ୟବସ୍ଥା ସହ ବିଜ୍ଞାନଗାର ନିମନ୍ତେ ଅଭିଭାବକ ମାନେ ଅଭିଯୋଗ କରିଥିଲେ। ସେହିପରି ସିକରମାହା ହାଇସ୍କୁଲରେ ଯୁକ୍ତ ଦୁଇ ଖୋଲିବା ନିମନ୍ତେ ତାକୁଙ୍ଗିଆ ସରପଞ୍ଚ ଚୁମକି ପ୍ରଧାନ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣାଣୀରେ ଏସପି ସୁବେନ୍ଧୁ ପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ରଣଜିତ,ବାଲିଗୁଡ଼ା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.