ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପ୍ରତିଷ୍ଠା ଦିବସ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଶାସନଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବିଦ୍ୟାଳୟ ସ୍ତରୀୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ୍ ଅଧ୍ୟକ୍ଷା ସରସ୍ବତୀ ସେଠି ଯୋଗଦେଇ ଉତ୍ତମ ଶିକ୍ଷା ଗ୍ରହଣ ସହ ଭବିଷ୍ୟତରେ ସୁନାଗରିକ ଭାବେ ଗୌରବ ଅର୍ଜନ କରିବା ପାଇଁ ଉପଦେଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସଂପୃକ୍ତ ପଞ୍ଚାୟତର ସରପଞ୍ଚ ଜନାର୍ଦ୍ଦନ ସେଠି, ଦାରୁଭଦ୍ରା ସରପଞ୍ଚ ବିକାଶ ସେଠି, ଏସବିଆଇ ସିକିରି ଶାଖା ପରିଚାଳିକା ସୁଶ୍ରୀ ବ୍ରତତୀ ନାୟକ, ୟୁନିୟନ ବ୍ୟାଙ୍କ୍ ହିଞ୍ଜିଳିକାଟୁ ଶାଖା ପରିଚାଳକ ସିମାଞ୍ଚଳ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟ ଶିକ୍ଷାର୍ଥୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ବହୁ ଶିକ୍ଷକ, ଶିକ୍ଷୟିତ୍ରୀ କର୍ମଚାରୀ ଓ ଅଭିଭାବକ ବୃନ୍ଦ ଉପସ୍ଥିତ ଥିଲେ । ଶିକ୍ଷୟତ୍ରୀ ସସ୍ମିତା କୁମାରୀ ପାଢି ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.