ଟ୍ରାକ୍ଟରରେ ବିଦ୍ୟୁତ ତାର ଲାଗି ଜଣେ ମୃତ, ୨ ଗୁରୁତର

add-all

sck

ଯାଜପୁର: ଗଣେଶ ପୂଜା ପୂର୍ବେ ଅଘଟଣା। ପୂଜା ପାଇଁ ଗଣେଶ ମୂର୍ତ୍ତି ନେବା ବେଳେ ଟ୍ରାକ୍ଟରରେ ଲାଗିଗଲା ବିଦ୍ୟୁତ ତାର। ଟ୍ରାକ୍ଟରରେ ବିଦ୍ୟୁତ ତାର ଲାଗି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲି ଗାଁରେ।

ସୂଚନା ମୁତାବକ, ପ୍ରାୟ ୮ ଜଣ ଯୁବକ ଗୋଟିଏ ଟ୍ରାକ୍ଟରରେ ଗଣେଶ ମେଢ଼ ନେଇ ଯାଉଥିଲେ। ଏହି ସମୟରେ ବାଲିବିଲ ନିକଟ ରାସ୍ତା ଉପର ଦେଇ ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସହିତ ମେଢ଼ ଲାଗି ଯାଇଥିଲା। ଫଳରେ ଟ୍ରାକ୍ଟରଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କିଛି ଯୁବକମାନଙ୍କ ମଧ୍ୟରୁ କିଛି ଜଣ ଛିଟିକି ପଡିଥିଲେ ଏବଂ କିଛି ଜଣ ଗୁରୁତର ଆହତ ହୋଇଥିଲେ।

ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଢି଼ଅବାରିଙ୍ଗି ଗ୍ରାମର ଦତ୍ତହରି ରାଉତଙ୍କ ପୁଅ ସମୀର ରାଉତ(୩୫)ଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.