ଏକ ମାସର ଶିଶୁକୁ କୋଳରେ ଧରି ଅଫିସରେ କାମ କଲେ ମେୟର…

add-all

sishu

କେରଳ: କେରଳର ରାଜଧାନୀ ଥିରୁବନନ୍ତପୁରମର ମେୟର ଆର୍ଯ୍ୟ ରାଜେନ୍ଦ୍ରନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି  ।  ଏହାର କାରଣ ହେଉଛି ଏକ ମାସ ପୂର୍ବରୁ ଜନ୍ମ ହୋଇଥିବା ଶିଶୁକୁ ନେଇ ସେ ଅଫିସରରେ କାମ କରୁଥିବା ନଜର ଆସିଛନ୍ତି  ।  ପିଲାଟିକୁ ସେ ନିଜ କୋଳରେ ଧରି କାମ କରୁଥିବାର ଫଟୋ ଭାଇରାଲ ହେବାରେ ଲାଗିଛି  । ୨୧ ବର୍ଷ ବର୍ଷ ବୟସରେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିର ସଦସ୍ୟ ଭାବରେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁଦାଭାନମୁଗାଲ ଓ୍ବାର୍ଡରୁ ନିର୍ବାଚିତ ହେବା ପରେ ସେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ।ଏହା ପରେ ସିପିଆଇ ତାଙ୍କୁ ଥିରୁବନନ୍ତପୁରମର ମେୟର କରିବାକୁ ଏକ ସଂକଳ୍ପ ପାରିତ କରିଥିଲା  ।

ଏହି ପ୍ରସ୍ତାବ ପାରିତ ହେବା ମାତ୍ରେ ଆର୍ଯ୍ୟ ଦେଶର ସର୍ବ କନିଷ୍ଠ ମେୟର ହୋଇଥିଲେ। ପ୍ରାୟ ୧ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା  । ଆର୍ଯ୍ୟ ବାଲୁସେରୀ ନିର୍ବାଚନମଣ୍ଡଳୀ ବିଧାୟକ କେ। ସଚିନ୍ ଦେବଙ୍କୁ ବିବାହ କରିଥିଲେ  । ମା ହେବାର ଏକ ମାସ ପରେ, ଆର୍ଯ୍ୟଙ୍କ ନିଜ ଶିଶୁକୁ ଧରି ଅଫିସରେ କାମ କରିବାକୁ ଆସୁଛନ୍ତି  । ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି  । ମେୟର ହେବାପରେ ଆର୍ଯ୍ୟ ଭାରତର ସର୍ବ କନିଷ୍ଠ ମେୟର ହେବାର ସମସ୍ତ ରେକର୍ଡ ଭାଙ୍ଗିଥିଲେ। ତାଙ୍କ ପୂର୍ବରୁ ସବିତା ବେଗମ୍ ନାମକ ଅନ୍ୟ ଜଣେ ମହିଳା ୨୩ ବର୍ଷ ବୟସରେ କେରଳର କୋଲାମର ମେୟର ହୋଇଥିଲେ। ତାଙ୍କ ପୂର୍ବରୁ ଦେବେନ୍ଦ୍ର ଫଡନାଭିସ୍ ୨୭ ବର୍ଷ ବୟସରେ ନାଗପୁର ମ୍ୟୁନିସିପାଲିଟି କର୍ପୋରେସନର ମେୟର ହୋଇଥିବା ସୂଚନା ରହିଛି ।

ad-week
Leave A Reply

Your email address will not be published.