ବାଲୁକାରେ ୧ ହଜାର ଷ୍ଟିଲ ବାସନରେ ଗଣେଶ ମୂର୍ତ୍ତି ନିର୍ମାଣ କରି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ…

add-all

sand

ପୁରୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ବିରାଜମାନ କରିଛନ୍ତି ପ୍ରଭୁ ଗଜାନନ । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ବେଶ୍ ଧୂମଧାମ ସହକାରେ ଗଣେଷ ପୂଜା ପାଳନ କରାଯାଉଛି । ହୋମଯଜ୍ଞରେ ପ୍ରକମ୍ପତି ହେଉଛି ପୁରା ପରିବେଶ । ଏଥିମଧ୍ୟରେ ପୁରୀରେ ବାଲୁକା କଳାରେ ଗଣେଷଙ୍କ ମୁର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ନିଆରା ଢଙ୍ଗରେ ପୁରୀ ସ୍ୱର୍ଣ୍ନାଭ ବେଳାଭୂମିରେ ପ୍ରଥମଥର ପାଇଁ ବାଲୁକା ରାଶିରେ ବାଲି ଏବଂ ୧୦୦୦ଟି ଷ୍ଟିଲର ଛୋଟବଡ ବାସନ ଜରିଆରେ ଶ୍ରୀଗଣେଶଙ୍କ ପ୍ରତିକୃତି ନିର୍ମାଣ କରିଛନ୍ତି । ପ୍ରାୟ ୧୦୦ କିଲୋ ଛୋଟବଡ ଷ୍ଟିଲ ବାସନ ସହ ୬ ଟନ୍ ବାଲି ଯୋଗେ ୫ ଫୁଟ ଉଚ୍ଚର ପ୍ରଭୂ ଗଣେଶଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଗଣେଶ ପୂଜାର ଶୁଭେଚ୍ଛା ଜଣାଇଛନ୍ତି। ସୁଦର୍ଶନ ତାଙ୍କର ବାଲୁକା କଳାରେ WORLD PEACEର ବାର୍ତ୍ତା ଦେବାସହ ପ୍ରଭୂ ଗଣେଶ ସମଗ୍ର ବିଶ୍ୱରେ ଶାନ୍ତି ଏବଂ ସୁଖ ବଜାୟ ରଖନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ସୁଦର୍ଶନଙ୍କ ଦ୍ବାରା ନିର୍ମିତ ଏହି ଆକର୍ଷଣୀୟ ବାଲୁକାକଳା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି ।

ad-week
Leave A Reply

Your email address will not be published.