
ହିଞ୍ଜିଳିକାଟୁ, (୧୯/୯) : ଭାଦ୍ରବ ମାସ କୃର୍ଷ୍ଣ ପକ୍ଷ ଚତୁର୍ଥୀ ଦିବସ ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମ ଗୁଡ଼ିକରେ ମହାଆଡ଼ମ୍ବର ସହକାରେ ବିଘ୍ନନାଶକ ଗଜାନନଙ୍କ ପୂଜାତ୍ସୋବ ପାଳିତ ହୋଇଯାଇଅଛି । ସ୍ଥାନୀୟ ସହରର ଏନଏସି ଉଚ୍ଚ ବିଦ୍ୟାଳୟ, ସରକାରୀ ବୃନ୍ଦାବନ ବିଦ୍ୟାପୀଠ, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ଓଁ ଶ୍ରୀ ଇଣ୍ଟରନ୍ୟାସନାଲ ସ୍କୁଲ, ବୁରୁପଡ଼ା ଭଗବତି ବିଦ୍ୟାପୀଠ, ପୋଡ଼ିଙ୍ଗି ସ୍ଥିତ ଶ୍ୟାମଳାଇ ବିଦ୍ୟାପୀଠ, ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଆଙ୍କୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲ,ପୋଚିଲିମା ସ୍ଥିତ ସରକାରୀ ଶିଳ୍ନ ତାଲିମ ଅନୁଷ୍ଠାନ, ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ସ୍ଥାନୀୟ ପୌରାଞ୍ଚଳ ଓ ବ୍ଳକର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ବିଭିନ୍ନ ସାହି ବସ୍ତିରେ ସ୍ୱେଛାସେବୀ ସଙ୍ଗଠନ ଓ ଯୁବ ସମାଜ ପକ୍ଷରୁ ବିଘ୍ନନାଶକ ଗଜାନନଙ୍କ ପୂଜାତ୍ସୋବ ପାଳିତ ହୋଇଯାଇଅଛି । ସ୍ଥାନୀୟ ସହରର ଘୋଡ଼ାହାଡ଼ ପାହାଡ଼ ଏବଂ ସୋମପୁର ଘୋଡ଼େଇଶୁଣୀ ପୀଠରେ ଥିବା ଗଣେଷ ମନ୍ଦିରରେ ପ୍ରାତଃହରୁ ଦିନତମାମା ଭକ୍ତ ମାନଙ୍କ ଭିଡ଼ ଲାଗି ରହିଥିଲା । ହିଞ୍ଜିଳିକାଟୁ ପୌରାଞ୍ଚଳରେ ଛୋଟବଡ଼ ଶତାଧିକ ବିନାୟକ ମହାପ୍ରଭୂଙ୍କ ମେଢ ବସିଥିଲା । ବିନାୟକ ଚତୁର୍ଥୀ ଉପଲକ୍ଷେ ରାଜାସାହିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାରତଲୀଳା ନାଟକ ପରିବେଷଣ କରାଯାଇଥିଲା । ଗଜାନନଙ୍କ ପୂଜାତ୍ସୋବ ସକାଶେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡ଼ିକରେ ପୂଜା ମଣ୍ଡପ ଗୁଡ଼ିକୁ ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ବାନା ଓ ସୁନ୍ଦର ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା ।