
ମାଲକାନଗିରି (୧୯।୯) : ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଧୁମଧାମରେ ଶ୍ରୀ ବିଘ୍ନରାଜଙ୍କ ପ୍ରତିମା ପୂଜା ଅନୁଷ୍ଠିତ ହୋଇ ଯାଇଛିା ସଦର ମହକୁମାରେ ପ୍ରାୟ ୪୦ଟି ସ୍ଥାନରେ ଏହି ପୂଜା ଅନୁଷ୍ଠିତ ହୋଇଥିବା ବେଳେ ବିଶେଷ କରି ସୁବାଷ ବୋସ ଛକ, ଭେଟେନାରି ସାହି, ବାଲିସାଗର ସାହି, ପୁରୁଣା ମେଡିକାଲ ଛକ, ବ୍ଲକ କଲୋନୀ ପଡିଆ, ଜୟପୁରିଆଗୁଡା, ସତ୍ୟମଗୁଡା ଓ ତଳସାହି ଇଚ୍ଛ୍ୟାଦି ସ୍ଥାନର ପ୍ରତିମା ଗୁଡିକ ବେଶ ଆକର୍ଷଣୀୟ ହୋଇଥିଲ।। ସୁବାଷବୋସ ଛକ ପ୍ରତିମା ପ୍ରାୟ ୧୨ ଫୁଟ ଉଚ୍ଚର ହୋଇଥିବା ବେଳେ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଭକ୍ତମାନଙ୍କୁ ବିଘ୍ନରାଜଙ୍କ ଆକୃଷ୍ଟ କରିଲା ଭଳି ପ୍ରତିମା ଗୁଡିକ ପୁଜା ପାଇଛିା ବିଧିବିଧାନ ଅନୁସାରେ ସମସ୍ତ ସ୍ଥାନରେ ପୁଜାପାଠ ସରିଲା ପରେ ସହରରେ ସୁସଜ୍ଜିତ ଆଲୋକ ସଜା, ତୋରଣ, ଡାକବାଜି ଯନ୍ତ୍ର ଦ୍ୱାରା ସହର ପ୍ରକମ୍ପିତ ହୋଇ ଉଠିଛିା ଏଥିସହ ସମସ୍ତ ସ୍ଥାନରେ ଭକ୍ତମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛିା ସନ୍ଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟାକ୍ରମ, ଭଜନ ସମାରୋହ ଅନୁଷ୍ଠିତ ହେଉଥିବା ଦେଖବବାକୁ ମିଳିଛିା ସେହିପରି ଭାବେ ଜିଲ୍ଲା ସଦରରେ ଥିବା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟଳୟରେ ମଧ୍ୟ ଗଣେଶ ପୁଜା ବେସ ଧୂମଧାମର ସହ ପ୍ଳାନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।