ସଂଯୁକ୍ତା ଓ ଶ୍ରୀକାନ୍ତ ଙ୍କ ଲଢେଇ କିଏ କାହାକୁ ବିପଦ..? ଥାନାର ଦେଲେ ଅଭିଯୋଗ…

add-all


ବ୍ରହ୍ମପୁର:୨୦-୯ ପୋଲସରା ବିଧାୟକ ଙ୍କୁ ହତ୍ୟା କରିବା ପାଇଁ ଯୋଜନା ହେଉଥିବା ନେଇ ପୋଲସରା ଥାନାରେ ମାମଲା। ଏହି ମାମଲା ରୁଜୁ ହେବା ପରେ ସଂଯୁକ୍ତା ,ଶ୍ରୀକାନ୍ତ ଙ୍କ ଲଢ଼େଇ କିଏ କାହାକୁ ବିପଦ ବୋଲି ଏବେ ଚାର୍ଚ୍ଚା ଜୋର ଧରିଛି। ଶ୍ରୀକାନ୍ତ ଜଣେ ଶାସକ ଦଳର ବିଧାୟକ ସଂଯୁକ୍ତା ଜଣେ ଶାସକ ଦଳର ମହିଳା ନେତ୍ରୀ।ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିବା ପରେ ଶେଷରେ ଶ୍ରୀକାନ୍ତ ଙ୍କ ମନ୍ତ୍ରୀ ପଦ ଚାଲିଗଲା ବୋଲି ସବୁ ଆଡ଼େ ଚର୍ଚ୍ଚା ହୋଇଥିଲା। ଥାନା ଠାରୁ ଆରମ୍ଭ କରି ମହିଳା ଆୟୋଗ ପର୍ଯ୍ୟନ୍ତ ଯାଇ ଯାଇ ଥକିବା ପରେ ଶେଷରେ ଅଦାଲତ ର ଦ୍ୱାରାସ୍ତ ହୋଇଛନ୍ତି ସଂଯୁକ୍ତା। କିଛିଦିନ ର ନୀରବତା ପରେ ପୁଣି ଶ୍ରୀକାନ୍ତ ବାବୁ ଙ୍କୁ କୁଆଡ଼େ ହତ୍ୟା କରିବାକୁ ଯୋଜନା ହେଉଛି ବୋଲି ଥାନାରେ ଅଭିଯୋଗ ହେବା ପରେ ପୁଣି ଏହି ଘଟଣା ଉଭୟ ଙ୍କୁ ନେଇ ରାଜ୍ୟରେ ଚାର୍ଚ୍ଚା ଆରମ୍ଭ ହୋଇଛି। ଏତଲା ଦେବା ପରେ ଏହି ଘଟଣା ରେ ଉଭୟେ ପୁଣି ଗଣମାଧ୍ୟମ ଆଗରେ ରେ ମୁହଁ ଖୋଲୁଛନ୍ତି। କିଏ କାହାକୁ ଭାରି ପଡ଼ିବ ବୋଲି ବିରୋଧୀ ମାନେ ଦେଖୁଛନ୍ତି ଶାସକ ଦଳ ଏହି ଘଟଣା କୁ କିପରି ହେଣ୍ଡେଲ କରୁଛି ବୋଲି ଏବେ ରାଜନୈତିକ ମହଲରେ ରେ ଚାର୍ଚ୍ଚା ର ବିଷୋୟ ହୋଇଛି। ଏହି ଏତଲା ଦେବା ପରେ କଣ ସତରେ ଜଣେ ବିଧାୟକ ମଧ୍ୟ ସୁରକ୍ଷିତ ନୁହନ୍ତି କି ବୋଲି ସାଧରଣ ରେ ପ୍ରଶ୍ନ ଉଠୁଛି ଦ୍ୱନ୍ଦ ରେ ପୋଲିସ କି?

ad-week
Leave A Reply

Your email address will not be published.