ହଦଗଡ଼ରେ ମା’ ବ୍ରାହ୍ମଣୀ ଦେବୀଙ୍କ ଜନ୍ତାଳ ପୂଜା ଓ ନୂଆ ଖାଇ ପର୍ବ

add-all

ଫୁଲବାଣୀ : ହଦଗଡ ଅଞ୍ଚଳର ପୁରୁଣାଗଡ ଓ କଟିଲାଗଡରେ ମାଁ ବ୍ରାହ୍ମଣୀଦେବିଙ୍କ ଜନ୍ତାଳ ପୂଜା ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ପ୍ରଦିପ ବିଷୋୟୀ ଏବଂ ପ୍ରଫୁଲ ବିଷୋୟୀଙ୍କ ଘରୁ ମାଙ୍କ ପାଇଁ ବିଭିନ୍ନ ପୂଜା ସାମଗ୍ରୀଧରି, ବାଜା ବାଦ୍ୟ ସହିତ ଗ୍ରାମବାସି ଆଡ଼ମ୍ବରରେ ଜନ୍ତାଳ ପଟିକୁ ଯାଇଥବା ଦେଖିବାକୁ ମିଳିଥିଲା। ମା ବ୍ରାହ୍ମଣୀ ଦେବିଙ୍କ ପାଖରେ ପୂଜାର୍ଚ୍ଚନା ଚାଲିଥିଲା। ନୂଆ ସାମଗ୍ରୀ ମା ପାଖରେ ଅର୍ପଣ କରାଯାଇଥିଲା । ଭକ୍ତମାନେ ମାଙ୍କ ପାଖରେ ମାନସିକ କରିବା ସମସ୍ତ ପୂଜା ସାମଗ୍ରୀ ଅର୍ପଣ କରିଥିଲେ । ମା ବ୍ରାହ୍ମଣୀଦେବୀଙ୍କ ପୂଜାରେ, ଟିକାବାଲି, ଛତିଝାର, ତେନ୍ତୁଳିଗୋଡ, ବୁଦୁଗୁଡାରି, ପୁରୁଣାଗଡ଼, ବାହାଡାସାହି, ଗୁମାଗଡ, ଅଲାରସାହି, ଉପରଖୁଲ, ଗଡଗଇରି,ଲୁକୁରାମୁଣ୍ଡା, କଇଁଝର, ରତାଖଣ୍ଡି, ମାକୁ ଡୁବାଟା କଟି ମାହା, ବେଡାସୁଗା, ତେଙ୍ଗେଡା ପଥର, ଗଣ୍ଡ ଗାଁ’, ଟିପାରି ଗାଁ, କାଲେଟି ମେଣ୍ଡି ଗ୍ରାମର ଲୋକମାନେ ଯୋଗ ଦେଇଥିଲେ । ନିଜଘରେ ଇଷ୍ଟଦେବିଙ୍କ ନୂଆ ସାମଗ୍ରୀ ଅର୍ପଣ କରିଲା ପରେ ସ-ପରିବାର ମିଳିମିସି ନୂଆ ଖାଇବାର କାର୍ଯ୍ୟକ୍ରମ ରହିଛି।

ad-week
Leave A Reply

Your email address will not be published.