ଖ୍ୟାତନାମା ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ୪୦୦୦ କିଲୋମିଟର୍‌ ସାଇକେଲ୍‌ ଚଳାଇ ଗଲେ ଛାତ୍ର

Independence

ewrdfs

ନୂଆଦିଲ୍ଲୀ: ଇଚ୍ଛା କରିଥିବା ବିଶ୍ବବିଦ୍ୟାଳୟ ‘ଅଲ-ଆଝାର୍‌ ଅଲ୍‌-ଶରିଫ୍‌’ରେ ପଢ଼ିବା ପାଇଁ ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରୁ ଜଣେ ଛାତ୍ର ସାଇକେଲ୍‌ ଚଢ଼ି ପ୍ରାୟ ୪୦୦୦ କ‌ିଲୋମିଟର୍‌ ରାସ୍ତା ଅତିକ୍ରମ କରି ଇଜିପ୍ଟକୁ ଯାଇଥିବା କଥା ‘ବିବିସି’ ରିପୋର୍ଟ କରିଛି।

‘ସୁନି ଇସ୍‌ଲାମିକ୍‌ ଶିକ୍ଷା’ ନିମନ୍ତେ ଏହି ବିଶ୍ବବିଦ୍ୟାଳୟର ସୁଖ୍ୟାତି ଅଛି। ସେଠାରେ ପଢ଼ିବା ପାଇଁ ମାମାଦୌ ସାଫାୟୋୟୁ ବାରି ନାମରେ ୨୫ ବର୍ଷିୟ ଛାତ୍ର ୪ ମାସ ମଧ୍ୟରେ ୬ଟି ଦେଶ ଅତିକ୍ରମ କରିଥିଲେ। ବାଟରେ ମଧ୍ୟ ତାଙ୍କୁ ଖରାପ ପାଗ ଓ ରାଜନୈତିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ, ଇଜିପ୍ଟର ରାଜଧାନୀ କାଇରୋରେ ପହଞ୍ଚିବା ପରେ ତାଙ୍କୁ ‘ଫୁଲ୍‌ ସ୍କୋଲାର୍‌ସିପ୍‌’ ମିଳିଲା।

‘ବିବିସି’କୁ ସେ କହିଛନ୍ତି ଯେ, ଅଲ୍‌-ଆଝାରରେ ଇସ୍‌ଲାମିକ୍‌ ପାଠ୍ୟକ୍ରମ ପଢ଼ିବା ପାଇଁ କିଂବା ବିମାନ ଟିକେଟ କିଣିବା ଲାଗି ତାଙ୍କର ସମ୍ବଳ ନ ଥିଲା। କିନ୍ତୁ, ବିଶ୍ବବିଦ୍ୟାଳୟର ସୁଖ୍ୟାତିରେ ଆକର୍ଷିତ ହୋଇ ସେ ସାଇକେଲ୍‌ ଚଳାଇ ମାଲି, ବୁର୍କିନା ଫାସୋ, ତୋଗୋ, ବେନିନ୍‌, ନିଗର୍‌ ଓ ଚାଦ୍‌ ବାଟେ ଆସି କାଇରୋରେ ପହଞ୍ଚିଥିଲେ। ଏହି ସବୁ ଦେଶ ଦେଇ ଆସିବା ମଧ୍ୟ ସହଜ ନ ଥିଲା। କ‌ାରଣ ସେଠାକାର ନିରାପତ୍ତା ବ୍ୟବସ୍ଥା ବିପନ୍ନ ହୋଇ ପଡ଼ିଥିଲା। ଅକାରଣରେ ତାଙ୍କୁ ୩ ଥର ଗିରଫ କରି ଅଟକ ରଖାଯାଇଥିଲା।

ଚାଦ୍‌ରେ ଜଣେ ସାମ୍ବାଦିକଙ୍କ ସହିତ ତାଙ୍କର ସାକ୍ଷାତ୍‌କାର ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଅନେକ ଲୋକ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ସେମାନ‌େ ଇଜିପ୍ଟ ଯିବା ପାଇଁ ବିମାନ ଟିକେଟ ବ୍ୟବସ୍ଥା କରି ଦେବା ଫଳରେ ସେ ଯୁଦ୍ଧ-ବିକ୍ଷତ ସୁଦାନ ରାସ୍ତା ଏଡ଼ାଇ ପାରିଲେ। ସେପ୍ଟେମ୍ବର ୫ ତାରିଖରେ କାଇରୋରେ ପହଞ୍ଚିବା ପରେ ବିଶ୍ବବିଦ୍ୟାଳୟର ଡିନ୍‌ ଡକ୍ଟର୍‌ ନହ୍‌ଲା ଏଲ୍‌ସେଇଦି ତାଙ୍କୁ ଭେଟି ‘ଇସ୍‌ଲାମିକ୍‌ ଷ୍ଟଡି କୋର୍ସ’ ପାଇଁ ସିଟ୍‌ ଅଫର୍‌ କଲେ।

ad-week
Leave A Reply

Your email address will not be published.