ଦୁଃଖ ପାଲଟିଛି କୁଶଭଦ୍ରା ବ୍ରିଜ…

add-all

ନିମାପଡା (୨୨/୦୯) : ନିମାପଡା ପରିବା ବଜାର ରୁ କିଛି ଦୂରରେ କୁଶଭଦ୍ରା ବ୍ରିଜ ଅବସ୍ଥିତ | ବିଶେଷ କରି ସେଇ ବ୍ରିଜ ଦେଇ କୋଣାର୍କ ଆଉ କାକଟପୁର ଅସ୍ତରଙ୍ଗ ଯାତାୟାତ ପାଇଁ ସେଇ କୁଶଭଦ୍ରା ବ୍ରିଜ ହିଁ ନିର୍ଭରଶୀଳ | ସେହିପରି ଏହି ଅଞ୍ଚଳରେ ଲୋକମାନେ ଚିକତ୍ସା ଲାଗି ଚାରିଛକ ଆଉ ନିମାପଡା ମେଡିକାଲ ଉପରେ ନିର୍ଭର କରନ୍ତି ତା ସହିତ ପାଠ ପଢିବା ପାଇଁ ବହୁତ ଦୂରରୁ ନିମାପଡା କଲେଜେ କୁ ସେଇ ବ୍ରିଜ ଦେଇ ଯାତାୟାତ କରନ୍ତି କିନ୍ତୁ ସେଇ କୁଶଭଦ୍ରା ବ୍ରିଜ ଲୋକଙ୍କ ପାଇଁ ଦୁଃଖ ପାଲଟିଛି l ସେଇ ବ୍ରିଜ ଉପରେ ବଡ ବଡ ଖାଲ ହେଇଥିବାରୁ ସେଇ ବ୍ରିଜ ଏବେ ମରଣ ଜନ୍ତା ପାଲଟିଛି । ଘରୁ ବାହାରିଲେ ଯାତାୟାତ କରୁଥିବା ଲୋକମାନେ ଠିକ ସମୟରେ ପହଁଚିବେ କି ନାହିଁ ତାହାକୁ ନେଇ ସମସ୍ତେ ସନ୍ଦେହ ରେ ଥାନ୍ତି l ନିମାପଡା ରୁ କାକଟପୁର ଯିବାପାଇଁ ବ୍ରିଜ ର ତଳେ ନିମାପଡା ଡେଲିପରିବା ମାରକେଟ କୁ ଲୋକ ମାନେ ପରିବା କିଣିବାକୁ ଆସୁଥିବାରୁ ଟ୍ରାଫିକ ଜାମ ଓ ବ୍ରିଜ ର ଆରପଟେ ଦୋକାନ ଥିବାରୁ ବ୍ରିଜ ଉପରେ ଏତେ ଟ୍ରାଫିକ ଜାମ ହେଉଛି ଯେ ରୋଗୀ ଠିକ ସେ ପହଁଚିବେ କି ନାହିଁ ସନ୍ଦେହରେ l ଏବେ ପାର୍ବଣ ଋତୁ ହେଇଥିବାରୁ ଲୋକମାନେ ବଜାରରୁ ଜିନିଷ କିଣିବା ପାଈଁ ଆସି ଗାଡି ମଟର ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି ଯାତାୟାତ କରୁଥିବା ଲୋକେ, ଏପରିକି ବେଳେ ବେଳେ ବ୍ରିଜ ଉପରେ ମୋଟର ସାଇକେଲ ବି ଅତୀକ୍ରମ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି l ତିନି ଚାରି ଚକିୟା ଜାନ କଥା ନକହିବା ଭଲ l ସେଇବ୍ରିଜ ଉପରେ ଏତେ ସଂଖ୍ୟାର ଜାନ ଅଟକୁ ଥିବାରୁ ଏହି ବ୍ରିଜ ବହୁତ ପୁରୁଣା ହୋଇଥିବାରୁ ସେହି ସ୍ଥାନରେ ଅଟକୁ ଥିବା ଯାନ ର ଓଜନ ସମ୍ଭାରୀ ପାରିବକି ନାହିଁ ଅଞ୍ଚଳ ବାସି ସନ୍ଦେହ ପ୍ରକଟ କରିଛନ୍ତି ।

ad-week
Leave A Reply

Your email address will not be published.