ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଭିଜିଲାନ୍ସର ଦ୍ୱାରସ୍ଥ ହେଲା ଜିଲ୍ଲା ଯୁବ କଂଗ୍ରେସ…

add-all

efgn

ପୁରୀ: ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବଡଧରଣର କେଳେଙ୍କାରୀ । ବିନା ଯୋଗ୍ୟତାରେ ଡାକ୍ତରୀ ଡିଗ୍ରୀ ପାଇଁ କଲେଜରେ ଆଡମିଶନ ନେଇଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ପୂର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ କଲେଜର ପ୍ରିନ୍ସପାଲ୍ ସୁଦର୍ଶନ ବେହେରାଙ୍କ ବିରୁଦ୍ଧରେ ଭିଜିଲାନ୍ସର ଦ୍ୱାରସ୍ଥ ହେଲା ଜିଲ୍ଲା ଯୁବ କଂଗ୍ରେସ।

ସୂଚନା ଅନୁସାରେ, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଡାକ୍ତରୀ ଛାତ୍ର ନାମଲେଖାରେ ବ୍ୟାପକ ଅନିୟମିତତା ହୋଇଥିବା ଖବର ବାରମ୍ବାର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। କଲେଜର ପ୍ରିନ୍ସପାଲ୍ ସୁଦର୍ଶନ ବେହେରା ବିନା ନିଟ୍ ପରୀକ୍ଷାରେ ବେଆଇନ୍ ଭାବେ ଦୁଇଜଣ ଛାତ୍ରଛାତ୍ରୀଙ୍କୁ କଲେଜରେ ଆଡମିଶନ ଦେଇଥିଲେ। ଯାହାକୁ ନେଇ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଚିଠି କରାଯାଇଥିଲା। ତେବେ ଏଭଳି ବେଆଇନ୍ ଆଡମିଶନ ଦେଇଥିବାରୁ ସୁଦର୍ଶନଙ୍କ ବିରୁଦ୍ଧରେ ବର୍ତ୍ତମାନ ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଯାହାକୁ ନେଇ ଯୁବ କଂଗ୍ରେସ ପୂର୍ବରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିବା ବେଳେ ଆଜି ପୁର୍ନବାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଛି । ସମ୍ପୃକ୍ତ ପ୍ରିନ୍ସପାଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାସହ ତାଙ୍କର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ କରି ଯୁବ କଂଗ୍ରେସ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଛି।

ad-week
Leave A Reply

Your email address will not be published.