ପାକିସ୍ତାନକୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଗିରଫ…

add-all

otp

ଭୁବନେଶ୍ୱର: ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଗିରଫ। ଆସାମରୁ ମହମ୍ମଦ ଇକବାଲ ହୁସେନଙ୍କୁ ଗିରଫ କଲା ଏସଟିଏଫ୍ (STF)। କୋର୍ଟରେ ହାଜର ପରେ ୫ ଦିନିଆ ରିମାଣ୍ଡରେ ଆଣିଲା ଏସଟିଏଫ। ଓଟିପି ବିକ୍ରି କରି ମାସକୁ ୫୦ରୁ ୬୦ ହଜାର ରୋଜଗାର କରୁଥିଲା ଅଭିଯୁକ୍ତି।

ସୂଚନା ଅନୁସାରେ ନିଜ ଅଞ୍ଚଳର ଯୁବକଙ୍କୁ କାରବାରରେ ସାମିଲ କରିଥିଲା ଇକବାଲ। ପୂର୍ବରୁ ଏହି ମାମଲାରେ ୬ ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତ ମହମ୍ମଦ ଇକବାଲ ହୁସେନ୍‌ଙ୍କୁ ଆସାମର ନାଗାଓଁ ଜିଲ୍ଲାର ଗାନ୍ଧୁଆ ପଥରରୁ ସେପ୍ଟେମ୍ବର ୧୯ ରେ ଗିରଫ କରାଯାଇଥିଲା। ତାଙ୍କୁ ସେଠାରେ ଥିବା ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା ଏବଂ ୫ ଦିନିଆ ରିମାଣ୍ଡରେ ଭୁବନେଶ୍ୱରକୁ ଅଣାଯାଇଥିଲା ବୋଲି ଏସଟିଏଫ୍ ପ୍ରକାଶ କରିଛି।

ଆହୁରି ମଧ୍ୟ କୁହାଯାଇଛି ଯେ ଜୁଲାଇରେ ମହାରାଷ୍ଟ୍ରର ପୁନେରୁ ଗିରଫ ହୋଇଥିବା ଅଭିଜିତ ଏବଂ ପାକିସ୍ତାନ ଗୁଇନ୍ଦା ଅଧିକାରୀ ଅବଦୁଲ ହମିଦଙ୍କ ସହ ଇକବାଲ ହୁସେନ୍‌ ଯୋଗାଯୋଗରେ ଥିଲା। ସେ ଅନେକ ହ୍ୱାଟସ୍ ଆପ୍ ଏବଂ ଟେଲିଗ୍ରାମ ଆକାଉଣ୍ଟରେ ଓଟିପି ଏବଂ ଖଚର ସିଧାସଳଖ ହମିଦଙ୍କୁ ସେୟାରିଂ କରିଥିଲା। ମୁଖ୍ୟ ଅଭିଯୁକ୍ତ ପଠାଣି ସାମନ୍ତ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିବା ପରେ ହୁସେନ୍ ତାଙ୍କ ଫୋନ୍ ବନ୍ଦ କରି ଅଣ୍ଡରଗ୍ରାଉଣ୍ଡରେ ଲୁଚି ରହିଥିଲା।

ad-week
Leave A Reply

Your email address will not be published.