ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ରକ୍ତ ଦାନ ଶିବିର, ୮୦ ୟୁନିଟ ରକ୍ତ ସଂଗ୍ରହ…

add-all

ଦାରିଙ୍ଗବାଡି, ୨୨/୦୯ : କନ୍ଧମାଳ ଜିଲା, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନ ପକ୍ଷରୁ ଆଜି ଋଷିମାଳ ମହା ବିଦ୍ୟାଳୟ ପରିସରରେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଋଷିମାଳ ମହାବିଦ୍ୟାଳୟ ଏନଏସଏସର ସହଭାଗିତା ମଧ୍ୟ ରହିଛି। ସ୍ୱେଚ୍ଛା କୃତ ରକ୍ତ ଦାନ ଶିବିରରେ ୮୦ ୟୁନିଟ ରକ୍ତ ସଂଗ୍ରହ କରଯାଇଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ଦେଇଛନ୍ତି। ଏସଡିପିଓ ୟାଶ ପ୍ରତାପ ଶ୍ରୀମଲ ରକ୍ତଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଫୁଲବାଣୀ ରକ୍ତ ଭଣ୍ଡାର ଡାକ୍ତର ଜୟଦୀପ ଘୋଷଙ୍କ ନେତୃତ୍ୱରେ ରକ୍ତଦାନ ସୋସାଇଟିର ସମ୍ପାଦକ ପ୍ରଶାନ୍ତ ବେହେରା, ଟେକ୍ନିକାଲ ଟିମ ସୁଜିତ କୁମାର ବେହେରା, ପ୍ରଶାନ୍ତ କୁମାର ରଥ, ଶ୍ରୀକାନ୍ତ ସାହୁ, ଆରୋହଣ ପ୍ରଧାନ ଓ ବରୁଣ ବେହେରା ପହଞ୍ଚି ରକ୍ତ ସଂଗ୍ରହ କରିଥିଲେ। ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନେତୃତ୍ୱରେ ଥାନ ଅଧିନସ୍ତ ଆଠ ଗୋଟି ଗ୍ରାମ ପଂଚାୟତର ସ୍ବେଛାସେବୀଙ୍କ ସହିତ ବ୍ରାହ୍ମଣୀଗାଁ ବଜାରର ସ୍ୱେଚ୍ଛା ସେବୀ, କଲେଜ ଛାତ୍ର ଛାତ୍ରୀ, ପୋଲିସ ବାହିନୀ ଓ ଗୃହରକ୍ଷୀ ମାନେ ସ୍ବେଚ୍ଛାକୃତ ରକ୍ତ ଦାନ କରିଛନ୍ତି। ରକ୍ତ ଦାନ କରୁ ଥିବା ସ୍ୱେଚ୍ଛା ସେବୀଙ୍କୁ ଥାନା ପକ୍ଷରୁ ଅମୁଲକୁଲ, କଦଳୀ, ମିଠା, ସିଝା ଅଣ୍ଡା ଓ ବିସ୍କୁଟ ଯୋଗାଇ ଦିଆଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାପ ଯାଇଥିଲା। ଥାନା ଉପନିରୀକ୍ଷ ଅମରେନ୍ଦ୍ର ସୁବୁଦ୍ଧି, ଏଏସଆଇ ରମାକାନ୍ତ ସେଠି,ଏଏସଆଇ ଶଙ୍କର ୱାଡାକାଙ୍କ ସହିତ ପୋଲିସ ବାହିନୀ ଓ ଗୃହରକ୍ଷୀ ମାନଙ୍କ ସହଯୋଗରେ ରକ୍ତଦାନ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦିତ ହୋଇଛି।

ad-week
Leave A Reply

Your email address will not be published.