ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ…

bachaspati

ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କଲେ ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ। ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରମିଳା ମଲ୍ଲିକ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାରଠାରେ ସମାଜସେବୀ ପୁଷ୍ପାଞ୍ଜଳୀ ରଣା ତାଙ୍କୁ ସ୍ବାଗତ କରିଥିଲେ। ତେବେ ମହାପ୍ରଭୁଙ୍କ ଦର୍ଶନ କରି ବିଶ୍ବର ମଙ୍ଗଳ କାମନା ସହ ଜଗତର କଲ୍ୟାଣ ନିକଟରେ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବାଚସ୍ପତି ପଦ ଦେଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି କାର୍ଯ୍ୟକୁ ସେ ବେଶ୍ ନିଷ୍ଠାର ସହ ତୁଲାଇବେ ବୋଲି କହିଥିବା ବେଳେ ମହାପ୍ରଭୁଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି। ବିଧାନସଭା କିଭଳି ଭଲ ଭାବେ ଚାଲିବ ସେନେଇ ମଧ୍ୟ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମ୍ୟାଡାମ୍ ସ୍ପିକର୍।

ad-week
Leave A Reply

Your email address will not be published.