୫୦ ବର୍ଷରେ ସବୁଠୁ ବିଫଳ ପ୍ରଧାନମନ୍ତ୍ରୀ…

add-all

re

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ଦାବି କରୁଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭୋଟରଙ୍କ ବିଶ୍ବାସ ହରାଇଛନ୍ତି। ଟ୍ରୁଡୋଙ୍କ ଲୋକପ୍ରିୟତା ଅତି ସାଂଘାତିକ ଭାବେ କମିଛି। ନିକଟ‌ରେ ହୋଇଥିବା ଏକ ଜନମତ ସର୍ଭେ ଅନୁଯାୟୀ କାନାଡ଼ାର ୪୦ ପ୍ରତିଶତ ନାଗରିକ ବିରୋଧୀ ‌ଦଳ ନେତା ପିୟର୍‌ ପୋଲିବରେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ନିର୍ବାଚନ ଯଦି ଆଜି ହେବ ତେବେ ପିୟର୍‌ଙ୍କୁ ୩୯ ପ୍ରତିଶତ ଭୋଟ୍‌ ମିଳିବ ଏବଂ ଟ୍ରୁଡୋଙ୍କୁ ମାତ୍ର ୩୦ ପ୍ରତିଶତ ଭୋଟ୍‌ ମିଳିବ। ସେହିପରି ଅନ୍ୟ ଏକ ସର୍ଭେରୁ ଜଣାପଡ଼ିଛି ଯେ ଟ୍ରୁ‌ଡୋ ହେଉଛନ୍ତି ୫୦ ବର୍ଷ ମଧ୍ୟରେ ସବୁଠୁ ଖରାପ ଏବଂ ବିଫଳ ପ୍ରଧାନମନ୍ତ୍ରୀ।

ad-week
Leave A Reply

Your email address will not be published.