ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ପିଇଲା ବିଷ…

add-all

su

ବାଲେଶ୍ଵର:ବାଲେଶ୍ଵରରେ ଅଭାବନୀୟ ଘଟଣା।  ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାକୁ ନେଇ ଚାଞ୍ଚଲ୍ୟ  ଦେଖିବାକୁ ମିଳିଛି   । ଚାନ୍ଦିପୁର ଥାନା ଅଧୀନ ଗୋଲ୍ଡେନ ପ୍ଲାଜା ହୋଟେଲରେ  ନାବାଳିକାକୁ ଦୁଷ୍କର୍ମ  କରାଯାଇଛି ।  ଗୋଲ୍ଡେନ  ପ୍ଲାଜା ହୋଟେଲର ମ୍ୟାନେଜର ସମେତ ୪ ଜଣଙ୍କୁ ବାନ୍ଧିଲା ସଦର ଥାନା ପୋଲିସ। ନାବାଳିକାକୁ ଚାନ୍ଦିପୁର ବୁଲାଇ ନେବା କହି ତାଙ୍କ ବନ୍ଧୁ ନେଇ ଆସିଥିବା ବେଳେ  ସୁଯୋଗ ଦେଖି ହୋଟେଲ୍ ଯାଇଥିଲେ । କିନ୍ତୁ ନାବାଳିକାଙ୍କ ପୁରୁଷ ବନ୍ଧୁ ନାବାଳିକାକୁ ଧୋକା ଦେଇଥିଲା।

ନାବାଳିକାଙ୍କ  ପୁରୁଷ ବନ୍ଧୁ ଜଣକ ନାବାଳିକାଙ୍କୁ ତାଙ୍କର ଆଉ ଦୁଇ ଜଣ ସାଙ୍ଗଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।  ପରେ ନାବାଳିକା ଜଣକ ଚିନ୍ତାରେ ଘରକୁ ଫେରି ବିଷ ପିଇ ଗୁରୁତର ହୋଇଥିଲେ। ଗୁରୁତର ନାବାଳିକାଙ୍କୁ ବାଲେଶ୍ଵର ହସ୍ପିଟାଲରେ ଭର୍ତି  କରାଯାଇଛି। ଚାନ୍ଦିପୁର ଗୋଲ୍ଡେନ ପ୍ଲାଜା ହୋଟେଲରେ ଏଭଳି ସେକ୍ସ କାରବାର ନେଇ ପୂର୍ବରୁ ଅଭିଯୋଗ ହେଉଥିବା ବେଳେ ଆଜି ଘଟଣା  ସାମ୍ନାକୁ ଆସିଥିଲା । ତେବେ ଘଟଣାର ତଦନ୍ତ କରି ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହୋଟେଲର ରୁମକୁ ସିଲ୍ କରାଯାଇଛି ।

ad-week
Leave A Reply

Your email address will not be published.