ନକଲି ବିଦେଶୀ ମଦ ବେପାରୀଙ୍କୁ କାବୁକଲା ଚିକିଟୀ ଅବକାରୀ ବିଭାଗ

add-all

ଚିକିଟୀ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ଅବକାରୀ ଥାନା ଅଧିନସ୍ତ ଧାନଘର ନିକଟରୁ ନକଲି ବିଦେଶୀ ମଦ ବେପାରୀଙ୍କୁ ଅବକାରୀ ବିଭାଗର ଓଆଇସି ଦଣ୍ଡ ଶବର, ଏଏସଆଇ ଲଷ୍ମୀ ରେଡ୍ଡୀ ଓ ଡ଼ି ଏସ ପି ବିଜୟ କୁମାର ଧlରୁଆଙ୍କ ମିଳିତ ଉଦ୍ୟମରେ ଚଳଚ୍ଚିତ୍ର ଢ଼ଙ୍ଗରେ ବେପାରୀଙ୍କୁ କାବୁ କରିଥିଲେ। ଉକ୍ତ ବେପାରୀ ଙ୍କ ଠାରୁ ସାତ ଲିଟର ପାଞ୍ଚଶହ ମିଲି ଲିଟର ନକଲି ବେଦେଶୀ ମଦ ଜବତ କରି ଏକ ମକଦମା ରୁଜୁ କରିବା ସହ ଏକ ସ୍କୁଟି ମଧ୍ୟ ଜବତ କରିଥିଲେ। ଦିନକୁ ଦିନ ଚିକିଟୀ ଇଲାକାରେ ନକଲି ମଦ ଚୁରା ଚାଲାଣ ବଢ଼ି ଚାଲୁଥିବା ବେଳେ ଅବକାରୀ ବିଭାଗର ନିଦ ହୋଜିବାରେ ଲାଗିଛି।

ad-week
Leave A Reply

Your email address will not be published.