ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭାରତୀୟ ସ୍ୱଚ୍ଛତା ସଚେତନାରେ ଯୋଗ ଦେଲେ ସ୍କୁଲ ଛାତ୍ର ଛାତ୍ରୀ…

add-all

ଚିକିଟୀ–ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ବିଜ୍ଞାପିତ ଅଞ୍ଚଳ ଦିନକୁ ଦିନ ତାର ଜନମଙ୍ଗଳ ଅଭିଯାନ ବଜାଇ ରଖିଥିବା ବେଳେ ଆଜି ପୂର୍ବାହ୍ନରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କୁ ଆରମ୍ଭ କରିବା ପୂର୍ବରୁ ଏକ ସଚେତନା ରାଲି ଛାତ୍ର,ଛାତ୍ରୀ ମାନକୁ ଧରି ଆରମ୍ଭ କରିଥିଲେ। ଏହି ରାଲି ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଦୀପାକୁମାରି ସାହୁଙ୍କ ଅଧ୍ୟକ୍ଷତାରେ ଚିକିଟୀ ଗଡ ଓ ଚିକିଟୀ ପେଣ୍ଠ ଆଦି ବିଜ୍ଞାପିତ ଅଞ୍ଚଳ ପରିଷଦରେ ବୁଲି ବୁଲି ପ୍ଲାକର୍ଡ଼ ଏବଂ ସ୍ଲୋଗାନ ମାଧ୍ୟମରେ ସଚେତନା କରିଥିଲେ। ପରିଷଦ ସବୁବେଳେ କିପରି ପ୍ଲାଷ୍ଟିକ ମୁକ୍ତ ଓ ଅଳିଆ ମୁକ୍ତ ହୋଇପାରିବ ଆମେ ସବୁବେଳେ ଅହରହ ଚେଷ୍ଟା କରିଆସୁଛୁ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କୂଳଦୀପ କୁମାର ପ୍ରକାଶ କରିଥିବା ବେଳେ ସ୍ଥାନୀୟ ତହସିଲଦାର ବିଶ୍ୱରଞ୍ଜନ କଂହର ପ୍ଲାଷ୍ଟିକ କିପରି ଚାଷଜମି ଓ ପରିବେଶକୁ ନଷ୍ଟ କରୁଛି ସେଥିରୁ ଆମେ କିପରି ନିବୃତ ରହିବା ତାହା ରାଲି ମାଧ୍ୟମରେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହି ରାଲିରେ ଚିକିଟୀ ରାଜକବି ରାଧାମୋହନ ବିଦ୍ୟାପୀଠ,ରାଜଲକ୍ଷ୍ମୀ ବାଳିକା ଉଚ୍ଚ ବିଦ୍ୟlଳୟ,ଚିକିଟୀ ପେଣ୍ଠ ନୋଡାଲ ଉଚ୍ଚ ବିଦ୍ୟାଳୟ,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଆଦର୍ଶ ବିଦ୍ୟାମନ୍ଦିର,ସେଣ୍ଟ ଯାଭିୟର ଇଂଲିଶ ମିଡ଼ିୟମ ଓ ସ୍ୱାମୀ ବିବେକାନନ୍ଦ ଆଙ୍ଗଲ ବେଦିକ ସ୍କୁଲ ଆଦି ବିଦ୍ୟlଳୟର ଛାତ୍ର ଛାତ୍ରୀ ମାନଙ୍କୁ ଧରି କରିଥିବା ବେଳେ ସମସ୍ତ କାଉନ୍ସିଲର ଏବଂ ସମାଜସେବୀ ରଘୁନନ୍ଦନ ସାହୁ, ଅକ୍ଷୟ କୁମାର ସାହୁ, ସନ୍ତୋଷ କୁମାର ସାହୁ, ଗୋବିନ୍ଦ ସାହୁ, ସତ୍ୟବାନ ସାହୁ, ଅରୁଣ ବେହେରା, ଶ୍ରୀଧର ସାହୁ,ପ୍ରଭାକର ବେହେରା ଓ ଶିବପ୍ରସାଦ ସାହୁ ସହ ବହୁ ସମାଜସେବୀ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ଓ ମହିଳା ସଞ୍ଚାଇକା ଗ୍ରୁପ ର ସମସ୍ତ ମେମ୍ବର ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

ad-week
Leave A Reply

Your email address will not be published.