ସରକାରଙ୍କ ଗାଁ ଗାଁ କୁ ରାସ୍ତା ଯୋଜନା ଏକ ପ୍ରହସନ…

add-all


ନିମାପଡ଼ା ୨୪/୯- ନିମାପଡ଼ା ବ୍ଲକ୍ ବାମାନାଳ ପଞ୍ଚାୟତ୍ ଅଧୀନ ବାରୀମୁଣ୍ଡ ର ପୂର୍ବ ସାହି ଅବହେଳିତ ହୋଇ ପଡ଼ିଛି l ଗ୍ରାମରେ ୨୫ରୁ ୩୦ ପରିବାର ବାସ କରୁଥିବା ବେଳେ ସେଇ ରାସ୍ତା ହିଁ ତାଙ୍କର ସବୁକିଛି , ସେଇ ରାସ୍ତା ଦେଇ ପିଲାମାନେ ସ୍କୁଲ ଯିବା ଆସିବା କରନ୍ତି ,ଆଉ ବର୍ଷା ହେଲେ ରାସ୍ତା କାଦୁଅ ହୋଇଯିବା କାରଣରୁ ପିଲା ମାନେ ସ୍କୁଲ ଯାଇ ପରାନ୍ତିନି,ଏମିତିକି ଗାଁ ର କାହା ଦେହ ଖରାପ ହେଲେ ଷ୍ଟେଚର୍ ରେ ବୋହିକି ଆଣନ୍ତି ଏମିତି କି ୧୦୮ଭଳି ଜରୁରୀ କାଳୀନ ଗାଡ଼ି ଆସି ପାରୁନଥିବାରୁ ନାହିଁ ନଥିବା ଅସୁବିଧାର ପଡ଼ୁଛନ୍ତି । ଗ୍ରାମବାସୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି ସରକାରଙ୍କ ତରଫରୁ ୨ବର୍ଷ ତଳେ ରାସ୍ତା ପାଇଁ ୨ ଲକ୍ଷ୍ୟ ଟଙ୍କା କାମ ହେବା ପାଇଁ ଆସିଥିଲା କିନ୍ତୁ ଯିଏ କାମ କରୁଥିଲେ ସେ ଖାଲି କେନାଲ ର ଅଧା ପାଚେରୀ କରି ଆଉ ଦେଖା ନାହିଁ , ତାକୁ ପଚାରିବାରୁ ସେ କହିଲେ ମୋର ବିଲ ହୋଇ ପାରୁନି ମୁଁ ରାସ୍ତା କିପରି କରିବି କହି ଗ୍ରାମ ର ଲୋକ ମାନଙ୍କୁ ଭୁଆଁ ବୁଲାଉଛି । ଗ୍ରାମ ଲୋକମାନେ କହିବା ଅନୁଯାୟୀ ସବୁ ଗାଁ କୁ ରାସ୍ତା ଥିବା ବେଳେ ତାଙ୍କ ଗାଁ କୁ କଣ ପାଇଁ ଆଜିଯାଏ ରାସ୍ତା ହୋଇ ପାରୁନି , ୨ଲକ୍ଷ୍ୟ ଟଙ୍କା ଯିଏ କାମ କରୁଥିଲା ସେ ଫଲସ୍ ବିଲ୍ କରି ସବୁ ଟଙ୍କା ହଡପ କରିଛି ବୋଲି ଗ୍ରାମ ଲୋକ ସନ୍ଦେହ କରିବା ସହିତଏଥିରେ ତାହାର ତଦନ୍ତ କରାଯାଉ ବୋଲି ସତ୍ୟବାଦୀ ଦାଶ, ଅଭିମନ୍ୟୁ ନାୟକ, ଦେବଦତ୍ତ ନାୟକ, ପ୍ରକାଶ କୁମାର ସେଠୀ ,ସତ୍ୟବ୍ରତ ନାୟକ, ରାମଚନ୍ଦ୍ର ପ୍ରଧାନ, ରଶ୍ମିରଂଜନ ସେଠୀ, ଉପେନ୍ଦ୍ର ନାୟକ, ଚିତ୍ରସେନ ନାୟକ, ଦୁଖୀ ଶ୍ୟାମ ନାୟକ ଅଭିଯୋଗ କରିଛନ୍ତି ।

ad-week
Leave A Reply

Your email address will not be published.