ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିବସ, ଆଜି କଂସ ବଦ୍ଧ ନୀତି…

add-all

puri

ପୁରୀ : ଆଜି ଶ୍ରୀମନ୍ଦିରରେ କଂସ ବଦ୍ଧ ନୀତି । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଅନ୍ତିମ ଦିବସ । ଭାଦ୍ରବ ମାସ ଶୁକ୍ଳପକ୍ଷ ନବମୀ ତିଥିରେ କଂସ ମହାରାଜଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ । ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ ।

ଅପରାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇଁ ଶ୍ରୀରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରିବେ। ଲବଣିଖିଆ ମଣ୍ଡପରେ ମହାଭୋଇ ପରିବାରର ବୋହୂମାନଙ୍କ ହାତରୁ ଲବଣି ଖାଇବା ପରେ ମଥୁରା ନଗର ଅର୍ଥାତ ବଡଦାଣ୍ଡରେ ପହଞ୍ଚିଵା ପରେ ସେଠାରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ପର୍ବ ଅନୁଷ୍ଠିତ ହେବ । ଶେଷରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପ୍ରଭୁ ଶ୍ରୀକୃଷ୍ଣ ରାକ୍ଷସ ରାଜା କଂସଙ୍କ ମଧ୍ୟରେ ଯୁଦ୍ଧ ହେବ । ଶେଷରେ ଶ୍ରୀକୃଷ୍ଣ ମହାରାଜ କଂସଙ୍କୁ ନିଧନ କରିବା ପରେ ମହାପ୍ରଭୁଙ୍କ ପାଲିଙ୍କି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିବ ।

ad-week
Leave A Reply

Your email address will not be published.