୩ ମାସ ହେଲା ଦୁଷ୍କର୍ମ କରୁଥିଲେ ବାପା, ଗୁଳି କରି ଦେଲେ ଝିଅ…

add-all

firing

ଗତ ତିନି ମାସ ହେଲା ଜଣେ ବ୍ୟକ୍ତି ତାଙ୍କର ୧୪ ବର୍ଷର ଝିଅକୁ ଦୁଷ୍କର୍ମ କରୁଥିଲେ। ଶେଷରେ ଝିଅ ଗୁଳି କରି ତାଙ୍କ ବାପାଙ୍କୁ ହତ୍ୟା କରିଛି। ଗତକାଲି ପାକିସ୍ତାନର ଲାହୋରର ଗୁଜ୍ଜରପୁରା ଅଞ୍ଚଳରେ ଘଟିଛି ଏହି ଘଟଣା। ନାବାଳିକା ଜଣଙ୍କ ତାଙ୍କ ଦୋଷ ସ୍ୱୀକାର କରିଛନ୍ତି। ସେ ପୁଲିସକୁ ଦେଇଥିବା ତାଙ୍କ ବୟାନରେ କହିଛନ୍ତି ଯେ, ତାଙ୍କ ବାପା ତାଙ୍କୁ ଗତ ତିନି ମାସ ହେଲା ଦୁଷ୍କର୍ମ କରି ଆସୁଥିଲେ। ଗତ ତିନି ମାସ ହେଲାଣି ତାଙ୍କୁ ନର୍କରେ ରହିଲା ଭଳି ଲାଗୁଥିଲା। ତେଣୁ ସେ ତାଙ୍କ ବାପାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ବନ୍ଧୁକଟି ତାଙ୍କ ବାପାଙ୍କର ବୋଲି ନାବାଳିକା ଜଣଙ୍କ ପୁଲିସକୁ କହିଛନ୍ତି।

ପୁଲିସ୍ କହିଛି ଯେ ନାବାଳିକା ଜଣଙ୍କ ତାଙ୍କ ବାପାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି, ପ୍ରଥମେ ତା’ର ତଦନ୍ତ କରାଯିବ। ତା’ପରେ ଏହି ହତ୍ୟା ଘଟଣା ପାଇଁ ନାବାଳିକାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଗତ ଶୁକ୍ରବାର ପାକିସ୍ତାନର ଏକ କୋର୍ଟ ଜଣେ ବ୍ୟକ୍ତି ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ।

ad-week
Leave A Reply

Your email address will not be published.