ଚିକିତ୍ସା ଅବହେଳାରୁ ଚାଲିଗଲା ୫ ବର୍ଷ ଶିଶୁ କନ୍ୟାର ଜୀବନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା…

add-all

ch

ଯାଜପୁର: ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରରେ ଅଭାବନୀୟ ଘଟଣା। ଏଠାରେ ଚିକିତ୍ସା ଅବହେଳାରୁ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ବରୀ ବ୍ଲକ ଅଲିପୁର ପଞ୍ଚାୟତର ବିରଞ୍ଚି ଗେଡିଙ୍କ ଝିଅ ଅର୍ପିତା ଗେଡିଙ୍କୁ ଜ୍ୱର ହୋଇଥିଲା। ତାଙ୍କୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସ ପାଇଁ ନିଆଯାଇଥିଲା। ମାତ୍ର ଦାୟିତ୍ୱରେ ଥିବା ଆୟୁଷ ଡାକ୍ତର ଚିକିତ୍ସା ଅବହେଳା କରିଥିବା ଯୋଗୁଁ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଯାହାକୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟେକ୍ତ ଲୋକେ ନ୍ୟାୟ ଦାବି କରି ଭଙ୍ଗାରୁଜା ଓ ପୋଡ଼ା ଜଳା କରିଛନ୍ତି। ଘଟଣାସ୍ଥଳରେ ବରୀ ପୋଲିସ, ଯାଜପୁର ସିଡିଏମଓ ଓ ବରୀ ତହସିଲଦାର ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି। ଏହି ଘଟଣାର ତଦନ୍ତ କରଯାଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡିଏମଓ କହିଛନ୍ତି।

ad-week
Leave A Reply

Your email address will not be published.