ବିପଦ ସଂକୁଳ ଭାବେ ବିଦ୍ୟୁତ ତାର ଝୁଲି ରହିଛି, ସାହାରା ସାଜିଛି ବାଉଁଶ ନଳ…

add-all

ଦାରିଙ୍ଗବାଡି, (୨୪/୦୯) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁର ବାସୁଦେଵପୁର ଠାରୁ ଋଷିମାଳ ମହାବିଦ୍ୟାଳୟ ଯାଏ ଯାଇଥିବା ଏଗାର କେଭି ବିଦ୍ୟୁତ ତାର ତଳକୁ ଝୁଲି ରହିଛି। ଯାହାରି ଫଳରେ ବାଉଁଶ ନଳ ସାହାଯ୍ୟରେ ଦୁଇ ଜାଗାରେ ଏଗାର କେଭି ବିଦ୍ୟୁତ ତାରକୁ ଟେକି ରଖାଯାଇଛି। ବାଉଁଶନଳ ଭାଙ୍ଗି ଯାଏ କିମ୍ବା ଝଡ ବତାସ ସମୟରେ ନଳ ଖସିଗଲେ ବିଦ୍ୟୁତ ତାର ବହୁ ତଳକୁ ଝୁଲି ରହି ବିପଦ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଭଳି ପରିସ୍ଥିତି ଦେଖାଯାଇଛି ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା କଡରେ। ପ୍ରତିଦିନ ଏହି ରାସ୍ତାରେ ଶତାଧିକ ଯାନ ବାହାନ ଚଳାଚଳ କରିବା ସହିତ ମୁଖ୍ୟ ରାସ୍ତାକଡ଼ରେ ସରକାରୀ ହାଇସ୍କୁଲ ଓ ମହାବିଦ୍ୟାଳୟ ଥିବାରୁ ଶତାଧିକ ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ଯିବା ଆସିବା କରୁଛନ୍ତି। ଏଣୁ ଅତି ଶୀଘ୍ର ବିଦ୍ୟୁତ ବିଭାଗ ଏହାର ପ୍ରତିକାର କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.