ପଶ୍ଚିମବଙ୍ଗରୁ ଅପହରଣ ହୋଇଥିବା ଛାତ୍ର ବାଲେଶ୍ୱରରୁ ଉଦ୍ଧାର, ୧୨ ଗିରଫ…

add-all

ret

ବାଲେଶ୍ୱର : ଶାନ୍ତିନିକେତନରୁ ଅପହରଣ, ତାଳସାରୀରୁ ଉଦ୍ଧାର। ଓଡ଼ିଶା ପୋଲିସ ସହାୟତାରେ ପଶ୍ଚିମବଙ୍ଗ ପୋଲିସ ଅପହୃତ ଯୁବକ ପାନ୍ନାକାରାଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୋଗ ଅନୁଯାୟୀ ଚୁଟି ବ୍ୟବସାୟରେ ଟଙ୍କା ନେଣଦେଣକୁ କେନ୍ଦ୍ର କରି ଏହି ଅପହରଣ ହୋଇଛି।

ପଶ୍ଚିମବଙ୍ଗରୁ ମିଆଁମାରକୁ ଚୁଟି ଚାଲାଣ ହେଉଥିଲା। ୨ ମାସ ପୂର୍ବରୁ କୋଲକାତାର କିଛି ଯୁବକଙ୍କ ସହ ପାନ୍ନାକାରଙ୍କ ସାକ୍ଷାତ ହୋଇଥିଲା। ପରେ ଚୁଟି ବ୍ୟବସାୟକୁ ନେଇ ଯୋଜନା କରିଥିଲା। ପାନ୍ନକାରା ବର୍ମୀ, ବେଙ୍ଗଲି ଓ ଇଂଲିଶ ଜାଣିଥିବାରୁ ମଧ୍ୟସ୍ତି ସାଜିଥିଲେ। ମିଆଁମାର ଛାତ୍ର ପାନ୍ନାକାରା ପଶ୍ଚିମବଙ୍ଗ ଶାନ୍ତିନିକେତନର ଛାତ୍ର ଥିଲେ। ସେ ହଷ୍ଟେଲରେ ରହି ପିଜି କରୁଥିଲେ। ଦୁଇ ଦିନ ତଳେ ତାଙ୍କୁ ଅପହରଣ କରାଯାଇଥିଲା। ବାକି ଟଙ୍କା ପାଇବାକୁ ନେଇ ହଷ୍ଟେଲରୁ ଅପହରଣ କରି ନେଇଥିଲେ। ପାନ୍ନାକାରା ଅପହରଣ ନେଇ ଅଭିଯୋଗ ପରେ ପଶ୍ଚିମବଙ୍ଗ ମେଦିନାପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପାନ୍ନାଙ୍କ ମୋବାଇଲ ଫୋନ୍ ଟ୍ରାକ କରି ତାଙ୍କ ଲୋକେସନ ତାଳସରୀ ବେଳାଭୂମିରେ ଥିବା ଜଣାପଡିଥିଲା। ପରେ ତାଳସରୀ ମେରାଇନ୍ ଥାନା ପୋଲିସ ସହାୟତାରେ ପାନ୍ନାଙ୍କୁ ଉଦ୍ଧାର କରିଥିଲା। ଅଭିଯୁକ୍ତଙ୍କୁ ଗିରଫ ପରେ ପଶ୍ଚିମବଙ୍ଗ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.