ଆରବିଆଇର ପୂର୍ବତନ ଗଭର୍ଣ୍ଣରଙ୍କୁ ସାପ ସହ ତୁଳନା କରିଥିଲେ ମୋଦୀ…

add-all

r

ନୂଆଦିଲ୍ଲୀ: ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତତ୍କାଳୀନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ‘ଟଙ୍କା ଗଦା ଉପରେ ବସିଥିବା ସାପ’ ସହିତ ତୁଳନା କରିଥିଲେ । ଗର୍ଗ ତାଙ୍କ ପୁସ୍ତକ ‘ଉଇ ଅଲସୋ ମେକ୍ ପଲିସି’ ରେ ଏହି ଦାବି କରିଛନ୍ତି। ଗର୍ଗ ଲେଖିଛନ୍ତି ଯେ ତତ୍କାଳୀନ ଆରବିଆଇ ଗଭର୍ଣ୍ଣରଙ୍କ ପ୍ରତି ନରେନ୍ଦ୍ର ମୋଦୀ ସରକାରଙ୍କ ‘ନିରାଶା’ ଫେବୃଆରୀ ୨୦୧୮ ଆରମ୍ଭରେ ବୃଦ୍ଧି ପାଇଥିଲା। ଏକ ମାସ ପରେ ଏହା ଆହୁରି ବୃଦ୍ଧି ପାଇଲା ଯେତେବେଳେ ଉର୍ଜିତ ପଟେଲ ସରକାରଙ୍କୁ ଜାତୀୟକରଣ ବ୍ୟାଙ୍କ ଉପରେ ନିୟାମକ ଅଧିକାର ଦେବାରେ ଅସମର୍ଥ ବୋଲି ଅଭିଯୋଗ କରିଥିଲେ। ରିପୋର୍ଟ ଅନୁଯାୟୀ, ଗର୍ଗ ତାଙ୍କ ପୁସ୍ତକରେ ଉର୍ଜିତ ପଟେଲଙ୍କୁ କେନ୍ଦ୍ରର ନିର୍ବାଚନ ବଣ୍ଡ ଯୋଜନାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି।

ଗର୍ଗଙ୍କ କହିବାନୁସାରେ, ପଟେଲ ବିଶ୍ୱାସ କରୁଥିଲେ ଯେ ବଣ୍ଡ କେବଳ ଆରବିଆଇ ଦ୍ୱାରା ଜାରି କରାଯାଉ ଏବଂ ଏହା ମଧ୍ୟ କେବଳ ଡିଜିଟାଲ୍ ମୋଡରେ ହେଉ | ସେହିବର୍ଷ ଜୁନ୍ ମାସରେ ଆରବିଆଇ ରେପୋ ହାରକୁ ୬.୨୫ ପ୍ରତିଶତକୁ ବୃଦ୍ଧି କରିଦେଇଥିଲା | ଯାହାଦ୍ୱାରା ବ୍ୟାଙ୍କଗୁଡିକରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ଦେବାକୁ ସରକାରଙ୍କ ଉପରେ ଚାପ ପଡିଥିଲା । ଗର୍ଗଙ୍କ କହିବାନୁସାରେ, ପଟେଲଙ୍କ ଏହି ପଦକ୍ଷେପ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଖରାପ ଲାଗିଥିଲା | ଯାହାକୁ ନେଇ ମୋଦୀ ଥରେ କହିଥିଲେ ଯେ ଉର୍ଜିତ ପଟେଲ ହେଉଛନ୍ତି ‘ଟଙ୍କା ଗଦା ଉପରେ ବସିଥିବା ସାପ’ |

ad-week
Leave A Reply

Your email address will not be published.