
ମାଲକାନଗିରି,୨୪।୯ ମାଲକାନଗିରି ସୀମାନ୍ତ ଛତିଶଗଡରେ ମାଓବାଦୀଙ୍କ ଦ୍ଵାରା ଲଗା ଯାଇଥିବା ଆଇଇଡି ବୋମା ବିସ୍ଫୋରଣରେ ଜଣେ ଡିଆରଜି ଯବାନ ଗୁରୁତ୍ତର ଆହତ ହୋଇଛନ୍ତି । ଆହତ ଯବାନ ଜଣକ ହେଲେ ଆସିଷ୍ଟାଣ୍ଟ କନେଷ୍ଟବଳ ସନ୍ନୁ । ଘଟଣା ରୁ ପ୍ରକାଶ ବିଜାପୁର ଜିଲ୍ଲା ଜଙ୍ଗଲା ଥାନା ଅଞ୍ଚଳରେ ଡିଆରଜି ଯବାନମାନେ ମାଓ ଦମନ ସର୍ଚ୍ଚ ଅପରେସନ କରୁଥିଲେ। ତେବେ ପୂର୍ବରୁ ଯବାନଙ୍କୁ ଟାର୍ଗେଟ କରି ସେହି ଅଞ୍ଚଳରେ ମାଓବାଦୀମାନେ ଆଇଇଡି ବୋମା ଖଞ୍ଜି ଥିବା ବେଳେ ଯବାନଙ୍କ ସର୍ଚ ଅପରେସନ ବେଳେ ଏହା ବିସ୍ଫୋରଣ ଘଟିବାରୁ ଆସିଷ୍ଟାଣ୍ଟ କନେଷ୍ଟବଳ ସନ୍ନୁ ଗୁରୁତ୍ତର ଆହତ ହୋଇଥିଲେ। ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟ ସାଥି ଯବାନମାନେ ସନ୍ନୁଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ନେଇଯାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ଗୁରୁତ୍ତର ହେବାରୁ ତାଙ୍କୁ ରାୟପୁର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।