ପେଟ୍ରୋଲ ପମ୍ପ ମାଲିକଙ୍କୁ ଛୁରାମାଡ଼, ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ…

add-all

loot

ସୁନ୍ଦରଗଡ଼: ତଲସରା ଥାନା ଅଧିନସ୍ଥ ତୁମୁଲିଆ ଓମ ଶ୍ରୀ ମା ସନ୍ତୋଷୀ ପେଟ୍ରୋଲ ପମ୍ପରେ ରବିବାର ଲୁଟ୍ ହୋଇଛି। ମାଲିକଙ୍କୁ ଛୁରାମାଡ଼ କରି ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ଗୁରୁତର ମାଲିକ ଦେବପ୍ରସାଦ ନନ୍ଦଙ୍କୁ ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦେବପ୍ରସାଦ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିଲେ। ଆଜି ଛୁଟି ଥିବାରୁ ପେଟ୍ରୋଲ ଟାଙ୍କିରେ ସେ ଓ ତାଙ୍କ ପତ୍ନୀ ଥିଲେ। ଏହି ସମୟରେ ଏକ ବାଇକ୍‌ରେ ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ହଠାତ୍ ପହଞ୍ଚି ଦେବପ୍ରସାଦଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ତାଙ୍କ ପେଟ ଓ ପିଠିରେ ଛୁରୀ ବାଜିବା ପରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇଥିଲେ। ଏହା ପରେ ଲୁଟେରା ଦଳ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଦେବପ୍ରସାଦଙ୍କ ଚିତ୍କାର ଶୁଣି ଭିତରେ ଥିବା ତାଙ୍କ ପତ୍ନୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଗୁରୁତର ଦେବପ୍ରସାଦଙ୍କୁ ଉଦ୍ଧାର କରି ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.