
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵନ ଖଣ୍ଡ ଅଧିନସ୍ଥ ବିଶ୍ୱପ୍ରସିଦ୍ଧ ଜାତୀୟ ଉଦ୍ୟାନ ଅଭୟାରଣ୍ୟରେ ଥିବା ରେଞ୍ଜ କାର୍ଯ୍ୟାଳୟ ପରିସରରେ ଡେରାଡୁନର ରେଞ୍ଜର ପ୍ରଶିକ୍ଷଣ ଶିବିରରୁ 77ଜଣ ରେଞ୍ଜର ପ୍ରଶିକ୍ଷାର୍ଥୀ ଓ ଓୟୁଏଟି ର 56ଜଣ ପ୍ରଶିକ୍ଷାର୍ଥୀ ଦୁଇ ଦିନିଆ ପ୍ରଶିକ୍ଷଣ ଶେଷହୋଇଥିବା ରେଞ୍ଜର ମାନସ ରଞ୍ଜନ ଦାସ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ କନିକା ରେଞ୍ଜର ଶ୍ରୀ ମାନସ ରଞ୍ଜନ ଦାସଙ୍କ ସଂଯୋଜନାରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଡେରାଡୁନର ରେଞ୍ଜର ପ୍ରଶିକ୍ଷଣ ଶିବିରରୁ ଆସିଥିବା ରେଞ୍ଜରମାନେ 23ଓ 24ତାରିଖ ତାଲିମି ନେଇଥିବା ବେଳେ ଭୂଵନେଶ୍ବରର ଓୟୁଏଟି ଟିମ୍ ଦିନିକିଆ ତାଲିମ ଶେଷକରିଛନ୍ତି। ଏହି ତାଲିମ୍ ଶିବିରରେ ସହକାରୀ ବନ ସଂରକ୍ଷକ ମିସ୍ ପୁନମ ହିରା ହାଁସଦା, ଗଗନ ବିହାରୀ ମଲ୍ଲିକ, ରେଞ୍ଜର ଅଧିକାରୀ ଶ୍ରୀ ମାନସ କୁମାର ଦାସ, ବୈଜ୍ଞାନିକ ପ୍ରସନ୍ନ କୁମାର ନାୟକ, ଫରେଷ୍ଟର ପ୍ରଶାନ୍ତ କୁମାର ସିଂ, ଫରେଷ୍ଟର ନଵୀନ କୁମାର ମଲ୍ଲିକ ଏବଂ ସୁନିଲ୍ ରଞ୍ଜନ ରାଉତରାୟ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ। ପ୍ରଶିକ୍ଷାର୍ଥୀ ମାନେ ଭିତରକନିକାର ବଗଗହନ, ଶିକାରକୋଠି, ବଉଳା କୁମ୍ଭୀର, ମେଟା ନର୍ସରୀ, ଗୋରୀ,, ମଲ୍ଲୀ କୁମ୍ଭୀର, ସଂଗ୍ରାହାଳୟ, କୁମ୍ଭୀର ହାଚେରୀ ଓ ତାଳଚୁଆର ଲୁଣା ଜଙ୍ଗଲ ବନୀକରଣ ଆଦି ଵୁଲି ଦେଖିବା ସହ ବୋଟିଂର ମଜା ନେଇଥିଲେ। ବୈଜ୍ଞାନିକ ଡ. ଶିବ ପ୍ରସାଦ ପରିଡା ବିଦ୍ୟାର୍ଥୀ ମାନଙ୍କୁ ଵନ୍ୟଜୀଵ ଉପରେ ପ୍ରଶିକ୍ଷଣ ଦେଇଥିଲେ।