ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ସେବା ଦିବସ ପାଳନ…

add-all

ଦାରିଙ୍ଗବାଡି(୨୪/୦୯) : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ଡିଗ୍ରୀ ମହା ବିଦ୍ୟାଳୟରେ ରାଷ୍ଟ୍ରୀୟ ସେବା ଦିବସ ପାଳନ କରାଯାଇଛି। ମହା ବିଦ୍ୟାଳୟର ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ତଥା ଇତିହାସ ବିଭାଗ ଅଧ୍ୟାପକ ଅକ୍ଷୟ କୁମାର ବେହେରଦଳେଇଙ୍କ ନେତୃତ୍ୱରେ ସ୍ବେଛା ସେବୀଙ୍କୁ ନେଇଁ ଏଜ ସଭାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସେବା ନିବୃତ ସେନା ଅଧିକାରୀ ବୁଲୁ ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଅର୍ଥ ନୀତି ବିଭାଗ ଅଧ୍ୟାପକ ପବିତ୍ର ମୋହନ ବାସୁପତି ଯୋଗଦେଇ, ଜାତୀୟ ସେବା ଦିବସ ପାଳନର ମହତ୍ୱ ଓ ବ୍ୟକ୍ତିତ୍ୱର ବିକାଶ ସମାଜ ସେବା ମାଧ୍ୟମରେ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଏହା ସହିତ ଜାତୀୟ ସେବା ଯୋଜନାର ବିଭିନ୍ନ କାର୍ଯ୍ୟ କଳାପ ଯଥା ସ୍ୱଚ୍ଛ ଭାରତ, ବୃକ୍ଷ ରୋପଣ, ମ୍ୟାଲେରିଆ ଓ ଡେଙ୍ଗୁ ନିରାକରଣ ନେଇ ସ୍ୱତନ୍ତ୍ର କ୍ୟାମ୍ପ କରିବାକୁ ପରାମର୍ଶ ଦେଇଥିଲେ। ସଭା କାର୍ଯ୍ୟକ୍ରମ ଶେଷରେ ସ୍ବେଛାସେବୀ ମାନଙ୍କ ସହିତ ଉପସ୍ଥିତ ଅତିଥିମାନେ ସ୍ଵଛତା କାର୍ଯ୍ୟକ୍ରମରେ ସାମିଲ ହୋଇ କଲେଜ ପରିସରର ସଫା ସୁତରାରେ କରିଥିଲେ।

ad-week
Leave A Reply

Your email address will not be published.