ଲୋକକଳା ଆମ ଜନଜୀବନର ଏକ ଅବିଛେଦ୍ୟ ବିଭବ : ରୋଶନ୍

add-all

ବ୍ରହ୍ମପୁର, ତା. ୨୪/୦୯ : ସ୍ଥାନୀୟ ଆମ୍ବ ବଜାର ଠାରେ ପବିତ୍ର ଗଣେଶ ପୂଜା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନଳବେଣ୍ଟା ବଡ ପାର୍ଟି ଓ ସାହାସପୁର ତରଫରୁ ଦୁଇ ଦଳ ପ୍ରହଲ୍ଲାଦ ନାଟକ ପରିବେଷିତ ହୋଇଯାଇଛି। ଏଥିରେ ଶିଳାପଦ୍ମ ଅନୁଷ୍ଠାନ ପକ୍ଷରୁ ହିରଣ୍ୟକଶ୍ୟପୁ ରାଜା ଅଭିନୟ କରୁଥିବା ସର୍ବଶ୍ରୀ ଗୋକୁଳାନନ୍ଦ ପ୍ରଧାନ, ବ୍ରୁନ୍ଦାବନ ଜେନା, ରାଜେନ୍ଦ୍ର ପାତ୍ର, ସୀମାଞ୍ଚଳ ସାହୁ ପ୍ରମୁଖଙ୍କୁ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମାନପତ୍ର ଓ ଉପାୟନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରି ଲୋକ ନାଟକ ବା ଲୋକକଳା ଆମ ଜନଜୀବନର ଏକ ଅବିଛେଦ୍ୟ ବିଭବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମ୍ରୁଦଙ୍ଗ ଗୁରୁ କୁନୁ ବେହେରା, କଣ୍ଠଶିଳ୍ପୀ ପ୍ରଦୀପ କୁମାର ସାହୁ, ବରିଷ୍ଠ ଲୋକ ନାଟକ କଳାକାର ପାଣ୍ଡବ ପ୍ରଧାନ ଓ ଦୀନବନ୍ଧୁ ପାତ୍ର ସହାୟତା କରିଥିଲେ। ଉଭୟ ଦଳ ଅତି ସୁନ୍ଦର ନାଟକ ପରିବେଷଣ କରିଥିବା ବେଳେ ଆମ୍ବ ବଜାର ପରିଚାଳନା କମିଟୀ କାର୍ଯ୍ୟକ୍ରମ ପରିଚାଳନା କରଥିଲେ।

ad-week
Leave A Reply

Your email address will not be published.