ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅଭିଭାବକ ବୈଠକ…

add-all

ଫୁଲବାଣୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ଅଭିଭାବକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ପରିଚାଳନା ସମିତିର ସଭାପତି ବ୍ରଜବନ୍ଧୁ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ କାର୍ଯ୍ୟକ୍ରମର ଉଦେଶ୍ୟ ମୂଳକ ,ଶିଶୁ ମନ୍ଦିରର ଲକ୍ଷ୍ୟ ଏବଂ ପରିଚାଳନା ଗତ ସୁବିଧା ଅସୁବିଧା ବର୍ଣ୍ଣନା କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୱତ ପରିଷଦର ସଭାପତି ବାସୁଦେବ ପ୍ରହରାଜ ସମ୍ପାଦକ କୁନୁ ଭୋଇ ପ୍ରମୂଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଅଭିଭାବକ, ଛାତ୍ର ଓ ଶିକ୍ଷକ ତିନୋଟି ଶିକ୍ଷାର ସ୍ତମ୍ଭ ଏବଂ ଏମାନଙ୍କ ମିଳିତ ସହଯୋଗରେ ବିଦ୍ୟାଳୟ ର ବିକାଶ ହେବ ବୋଲି ସମସ୍ତେ ମତ ଦେଇଥିଲେ l ପ୍ରାରମ୍ଭରେ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କ ସହ ପରିଚାଳନା ସମିତିର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା l ଏକ ଶହରୁ ଉର୍ଦ୍ଧ୍ଵ ଅଭିଭାବକ ଓ ଅଭିଭାବିକା ଉପସ୍ଥିତ ଥିଲା ବେଳେ ସହ ପ୍ରଧାନ ଆଚାର୍ଯ୍ୟା ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.