ଲୋକ କଳାକାରଙ୍କୁ ପ୍ରଦାନ କରାଗଲା ଅଣସଙ୍ଗଠିତ ଶ୍ରମିକ ପରିଚୟ ପତ୍ର…

add-all

ମାଲକାନଗିରି (୨୫/୦୯) : ଆଜି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ ବିଶିଷ୍ଟ କୋୟା ଲୋକ କଳାକାର, ଶ୍ରୀମତୀ ଶାନ୍ତି କାୱାସୀଙ୍କୁ ଅଣ ସଙ୍ଗଠିତ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇଛି। ସୂଚନା ଥାଉ କି, ଅଣ ସଂଗଠିତ ଶ୍ରମିକ ସୁରକ୍ଷା କଲ୍ୟାଣ ବୋର୍ଡରେ ନୂତନ ଭାବେ କଳାକାର ଏବଂ ତତ୍ ସମ୍ବନ୍ଧୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ପଞ୍ଜୀକରଣ କରିବାର ସୁବିଧା ପ୍ରଦାନ ପରେ ଆଜି ଜିଲ୍ଲାର ବିଶିଷ୍ଟ କୋୟା ଲୋକ କଳାକାର ଶ୍ରୀମତୀ କାୱାସୀ ନିଜକୁ ପଞ୍ଜୀକରଣ କରିବା ପାଇଁ ଦରଖାସ୍ତ ମାଧ୍ୟମରେ ଆବେଦନ କରିଥିଲେ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏଥିରେ ତତ୍ପରତା ପ୍ରଦର୍ଶନ କରି ତାଙ୍କର ଦରଖାସ୍ତକୁ ଅନୁମୋଦନ କରି ଅଣ ସଙ୍ଗଠିତ ଶ୍ରମିକ ପରିଚୟ ପତ୍ର ହସ୍ତାନ୍ତର କରିଥିଲେ। ଏହାଦ୍ଵାରା ସମସ୍ତ କଳାକାର ଏବଂ ଲୋକ ବାଦ୍ୟ ଓ ଲୋକ ନୃତ୍ୟରେ ସଂଶ୍ଳିଷ୍ଟ ବ୍ୟକ୍ତିମାନେ ଉତ୍ସାହିତ ହୋଇ ନିଜକୁ ପଞ୍ଜୀକରଣ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଶରତ ପାଣିଗ୍ରାହି ଅନୁରୋଧ କରିଛନ୍ତି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଏଥିରେ ମୃତ୍ୟୁକାଳୀନ ସହାୟତା ଦୁଇ ରୁ ଚାରି ଲକ୍ଷ ପର୍ଯ୍ୟନ୍ତ ପାଇବାର ବ୍ୟବସ୍ଥା ରହିଛି ଏବଂ ଆବଶ୍ୟକ ସ୍ଥଳେ କାର୍ଯ୍ୟ କ୍ଷମତା କ୍ଷତି ଅନୁପାତରେ ଅନୁକମ୍ପା ରାଶି ପାଇବାର ବ୍ୟବସ୍ଥା ରହିଛି। ଏଥିରେ ପଞ୍ଜୀକରଣ ନିମନ୍ତେ http://ouwssb-labour.odisha .gov.in ୱେବସାଇଟରେ ଆବେଦନ କରିପାରିବେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ପ୍ରମିଳା ମାଝୀ ଓ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.