ବରିଷ୍ଠ ସରକାରୀ ଓକିଲ ତଥା ପୂର୍ବତନ ଉପାଧ୍ୟକ୍ଷଙ୍କ ବିୟୋଗ

add-all

ଦାରିଙ୍ଗବାଡ଼ି,୨୫/୯ : ଦାରିଙ୍ଗବାଡ଼ି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟର ବରିଷ୍ଠ ସରକାରୀ ଓକିଲ ତଥା ପୂର୍ବତନ ଉପାଧ୍ୟକ୍ଷ ଦିଲ୍ଲୀପ ବଲ୍ୟାଆରସିଂଙ୍କ ବିୟୋଗରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ୫୪ବର୍ଷ ହୋଇଥିଲା। ଭଞ୍ଜନଗରରେ ସ୍ତ୍ରୀ ରହୁଥିବାରୁ ଦାରିଙ୍ଗବାଡିରୁ ସ୍ତ୍ରୀଙ୍କ ପାଖକୁ ଯାଇଥିଲେ। ହେଲେ ଆଜି ପୂର୍ବାହ୍ନରେ ହଠାତ ଛାତିରେ ଦରଜ ହେବା ପରେ ମେଡ଼ିକାଲ ଯାଇଥିଲେ । ସେଠାରେ ଗୁରୁତର ହୋଇ ମୃତ୍ୟୁ ହୋଇଥିଲା । ପାଖରେ ସ୍ତ୍ରୀ ସହିତ ଦୁଇଟି ଝିଅ ଥିଲେ । ଆସନ୍ତା କଲି ଦାରିଙ୍ଗବାଡ଼ିରେ ତାଙ୍କର ଶେଷକୃତ୍ୟ କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି। ସେଜଣେ ସମାଜସେବୀ,ମେଳାପି, ପରଉପକାରୀ ଓ ମିଷ୍ଟଭାସି ବ୍ୟକ୍ତି ଥିଲେ ।

ad-week
Leave A Reply

Your email address will not be published.