ହିଞ୍ଜିଳିକାଟୁରେ ମିଳିତ ଗଣେଷ ପୂଜା ଭଷାଣି ଉତ୍ସବ ଶେଷ…

add-all

ହିିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରରେ ଗଣେଷ ପୁଜା ମେଳଣ ଓ ଭଷାଣି ଉତ୍ସବ ସହରରେ ଷଷ୍ଠ ଥର ଏବଂ ହିଞ୍ଜିଳ ଥାନା ଆଇ ଆଇ ସି ଶ୍ରୀନିବାସ ସେଠି ଙ୍କ ନେତୃତ୍ୱରେ ପ୍ରଥମ ଥର ଲାଗି ମହାସମାରୋହରେ ଅନୁଷ୍ଟିତ ହୋଇଯାଇଛି ।ସହରରେ ପୁଜାପାଉଥିବା ୨୫ ରୁ ଉର୍ଦ୍ଧ୍ୱ ମେଢ଼ର ଭଷାଣି ଉତ୍ସବ ସୋମବାର ସନ୍ଧ୍ୟାରେ ମିନି ଷ୍ଟାଡ଼ିୟମରେ ମେଳଣ ହୋଇ ଆଳତି ହୋଇଥିଲା ସହରରପାଟଣାସାହି,ଥାନାତୋଟାସାହି,ଆଙ୍କୋରଡ଼ା କବିଚନ୍ଦ୍ରମାର୍ଗ,ବଇଁଚ ବଣିଆ ଛକ,ରଙ୍ଗୁଣି ସାହି,ହିଞ୍ଜିଳି ବଡ଼ସାହି,ହିଞ୍ଜିଳି କରୁଣାକର ମାର୍ଗ,ଆଙ୍କୋରଡ଼ା ନୁଆସାହି,ଶ୍ରୀରାମ ନଗର,କେଉଟ ସାହି,ରେଗିଡ଼ି ସାହି,ଲକ୍ଷ୍ମୀବଜାର ହରିଜନସାହି,ମାଣିକ ନଗର, ଲକ୍ଷ୍ମୀନୃସିଂହ ମାର୍ଗ,ଥାନାତୋଟା ସାହି,ରାଜାତୋଟା ସାହି ସମେତ ଅନ୍ୟାନ୍ୟ ସାହି ବସ୍ତିରେ ପୁଜାପାଉଥିବା ମେଢ ପ୍ରଥମେ ନିଜ ନିଜ ସାହିରେ ପରିକ୍ରମା କରିବା ପରେ ବାଦ୍ୟ ବାଜଣା, ଘଂଟ ଧ୍ୱନି,ହରିବୋଲ, ହୁଳହୁଳି ଧ୍ୱନି ସହ ପଟୁଆରରେ ଆସି ବୃନ୍ଦାବନ ମିନିଷ୍ଟାଡ଼ିୟମରେ ପହଂଚିି ମେଳଣରେ ଭାଗ ନେଇଥିଲେ । ପରେ ସମସ୍ତ ମେଢ଼ ଶୋଭାଯାତ୍ରାରେ ବାହାରିଥିଲା ।ବିଭିନ୍ନ ପ୍ରକାର ନୃତ୍ୟ ଗୀତ,ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସଂଙ୍ଗୀତର ତାଳେ ତାଳେ ସମସ୍ତ ଗଣେଷ ପୁଜା କମିଟିର ସଦସ୍ୟ ଝୁମି ଉଠିଥିଲେ ।

ଷଷ୍ଠ ଥର ଲାଗି ସାମୁହିକ ମେଢ଼ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଯୋଗୁଁ ପ୍ରବଳ ଭିଡ଼ ହୋଇଥିବା ବେଳେ ଷ୍ଟାଡ଼ିୟମ ଠାରୁ ଘୋଡ଼ାହଡ଼ ନଦୀ ପଠା ପର୍ଯ୍ୟନ୍ତ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ମହିଳା,ପିଲାଛୁଆଙ୍କ ଠାରୁ ଆବାଳ ବୃଦ୍ଦ ବନିତା ଉପଭୋଗ କରିଥିଲେ । ଭଷାଣି ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ସକାଶେ ପୋଲିସ ଫୋର୍ସଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ହଠାତ୍ ଭିଡ ପରିଲକ୍ଷିତ ହୋଇଥିବାରୁ ଗାଡି ଜାମ ହୋଇ ଘଣ୍ଟା ଘଣ୍ଟା ଧରି ଯାତ୍ରୀବାହୀ ବସ୍,ଟ୍ରକ,କାର,ଅଟୋ,ଗୁଡିକ ଏନ ହେଚ ୫୯ଉପରେ ରହିଥିବା ଦେଖିବାକୁ ମିଳିଥିଲା।ଚଳିତ ବର୍ଷ ଗଣେଶ ପୂଜା, ମେଢ଼ ରେ ଅଶ୍ଳୀଳ ସଙ୍ଗୀତ,ଡିଜେ ଓ ବିକଟାଳ ଶବ୍ଦ ସହ ଭସାଣି ରେ ଅବ୍ୟବସ୍ଥା ରେକର୍ଡ଼ କରିଛି। ସାଧାରଣ ଲୋକ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହେବା ସହ ଭସାଣି ବେଳେ ଟ୍ରାଫିକ ଅବ୍ୟବସ୍ଥା ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.