ଶିକ୍ଷକ ଧାରଣା ପାଇଁ ପୁଲିସ୍ ଅନୁମତି ନଦେବା ଅଗଣତାନ୍ତ୍ରିକ :ପିଷ୍ଟା

add-all

ଭୁବନେଶ୍ୱର : ବିଧାନସଭାର ଚଳିତ ଅଧିବେଶନ ସମୟରେ ସେପ୍ଟେମ୍ବର ୨୬ ତାରିଖ ଦିନ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶା ତରଫରୁ ଏକ ଗଣଧାରଣା ସଂଗଠିତ କରିବା ନିମନ୍ତେ ଏକ ପ୍ରକାର ପ୍ରସ୍ତୁତି ଜାରି ରହିଥିଲା । ଏଥିପାଇଁ ସଂଘ ପକ୍ଷରୁ ଭୁବନେଶ୍ଵର ପୁଲିସ୍ ପାଖରେ ଆବେଦନ କରାଯାଇଥିଲେ ମଧ୍ୟ ପୁଲିସ୍ ଅନୁମତି ପ୍ରଦାନ କରିବାକୁ ପ୍ରତ୍ୟାଖାନ କରିବା ଭଳି ସଙ୍ଗୀନ ସ୍ଥିତି ଆଜି ଦେଖିବାକୁ ମିଳିଛି । ଏକ ଜନମଙ୍ଗଳକାରୀ ତଥା ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଅଗଣତାନ୍ତ୍ରିକ ଘଟଣାକୁ ସଂଘ ତରଫରୁ ତୀବ୍ର ନିନ୍ଦା ଓ ସମାଲୋଚନା କରାଯାଇଛି । ଏପରିକି ଏକ ବିକଳ୍ପ ଦିବସରେ ଧାରଣ କରିବା ପାଇଁ ପିଷ୍କା ତରଫରୁ ଅନୁରୋଧ କରାଯାଇଥିଲେ ମଧ୍ୟ ତାହାକୁ କମିଶନରେଟ ପୋଲିସ ପକ୍ଷରୁ ପ୍ରତ୍ୟାଖାନ କରାଯାଇଛି ।

ସଂଘ ପକ୍ଷରୁ ଏନେଇ ଏକ ପ୍ରେସ ବିବୃତି ଜାରି କରିବା ସହ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ, ପ୍ରାଥମିକ ଶିକ୍ଷକମାନଙ୍କ ଯୁକ୍ତିଯୁକ୍ତ ଦାବିକୁ ସରକାରଙ୍କ ପାଖରେ ଦୃଢତାର ସହିତ ଉପସ୍ଥାପନ କରିବା ପାଇଁ ଗଣଧାରଣାରେ ବସିବା ଏକ ଆଇନଗତ ଅଧିକାର ଅଟେ । ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ଅଧ୍ୟାୟରେ ନାଗରିକମାନଙ୍କୁ ଏହି ଅଧିକାର ପ୍ରଦାନ କରାଯାଇଛି । ଏଣୁ ସଂଘ ଦାବି କରିଛନ୍ତି ଯେ, ଭୁବନେଶ୍ବର ପୁଲିସ୍ ସମ୍ବିଧାନର ମୌଳିକ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନ କରି ଶିକ୍ଷକମାନଙ୍କୁ ଧାରଣା ପାଇଁ ଅନୁମତି ପ୍ରଦାନ କରନ୍ତୁ ।
ଏହା ସହ ସଂଘର ରାଜ୍ୟ ସ୍ତରୀୟ ନେତୃତ୍ୱ ସୁଧାଂଶୁ ମଣ୍ଡଳ ପ୍ରଶ୍ନ ଉଠାଇଛନ୍ତି ଯେ,ଗଣତନ୍ତ୍ର ରାଷ୍ଟ୍ର ଭିତରେ ଆମ ରାଜ୍ୟ ଯାଉଛି ତ? କିଛିଦିନ ପୂର୍ବରୁ ବାରମ୍ବାର ଆଲୋଚନା ତା’ପରେ ଆଜି ମଧ୍ୟ ଅନେକ ସମୟ ଧରି ଆଲୋଚନା ! ସମସ୍ତ ସଂଗଠନକୁ ଧାରଣା ପାଇଁ ଅନୁମତି ଦେବାବେଳେ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘକୁ କାହିଁକି ଧାରଣା ପାଇଁ ଅନୁମତି ମିଳୁନାହିଁ ? ଏହା ଅଗଣତାନ୍ତ୍ରିକ ନୁହଁ କି ! ନା ଭୟ ତଥା ସାଲିସରେ ସରକାରଙ୍କ ହାତବାରିସୀ ହୋଇ ସଂଘ ଚଳାଉଥିବା ଓ ଭାଗ ଭାଗ କରୁଥିବା କୁଚକ୍ରୀଙ୍କର ଭିତିରିଆ ଭାବେ ଶିକ୍ଷକ ଆନ୍ଦୋଳନକୁ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା !

ad-week
Leave A Reply

Your email address will not be published.