ତାମିଲନାଡୁକୁ କାବେରୀ ନଦୀ ଜଳ ଛାଡିବା ପ୍ରସଙ୍ଗ: ଆଜି ବେଙ୍ଗାଲୁରୁ ବନ୍ଦ ଡାକରା…

add-all

cuv

ବେଙ୍ଗାଲୁରୁ : ପଡୋଶୀ ତାମିଲନାଡୁକୁ କାଭେରୀ  ନଦୀ ଜଳ ଛାଡିବା ପ୍ରସଙ୍ଗକୁ ନେଇ କର୍ଣ୍ଣାଟକରେ ବିରୋଧ ଚାଲିଛି  । ଏହାରି ମଧ୍ୟରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି ।    ଆଜି କର୍ଣ୍ଣାଟକ କାର୍ଯ୍ୟକର୍ତ୍ତା ବତ୍ତଲ ନାଗରାଜଙ୍କ ନେତୃତ୍ୱରେ ‘କନ୍ନଡ ଓକୁଟା’ ବ୍ୟାନରରେ କର୍ଣ୍ଣାଟକ ବନ୍ଦ ଘୋଷଣା କରାଯାଇଛି ।  ଏହାର କିଛି ଦିନ ପୂର୍ବରୁ କୃଷକ ସଂଗଠନ କୁରୁବୁରୁ ଶାନ୍ତାକୁମାରଙ୍କ ନେତୃତ୍ୱରେ କୃଷକ ସଂଗଠନ ତଥା ଅନ୍ୟାନ୍ୟ ସଂଗଠନର ପ୍ରମୁଖ ସଂଗଠନ ‘କର୍ଣ୍ଣାଟକ ଜଳ ସଂରକ୍ଷଣ ସମିତି’ ବେଙ୍ଗାଲୁରୁ ରେ ବନ୍ଦ  ଡାକରା ଦେଇଥିଲା।

ଏହି ବନ୍ଦ ଡାକରା  କୃଷକ ଏବଂ କନ୍ନଡ ସମର୍ଥକ ସଂଗଠନ ମଧ୍ୟରେ ମତଭେଦକୁ ପ୍ରତିଫଳିତ କରିଛନ୍ତି  । ଗୋଟିପଟେ ଶାନ୍ତାକୁମାର କହିଛନ୍ତି ଯେ ସେ ଆଜି ବେଙ୍ଗାଲୁରୁ ବନ୍ଦକୁ ସମର୍ଥନ କରିବେ। ଆସନ୍ତାକାଲି  ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଥିବା ବତ୍ତଲ ନାଗରାଜ ସ୍ପଷ୍ଟ କରିଛନ୍ତି ଯେ କନ୍ନଡ ଓକୁଟା ଆଜିର ବନ୍ଦକୁ ସମର୍ଥନ କରୁନାହିଁ। ବନ୍ଦ ଘୋଷଣାକୁ ଦୃଷ୍ଟିରେ ରଖି ସମଗ୍ର ସହରରେ ୧୪୪ ଧାରା ଲାଗୁ କରାଯାଇଛି। ସ୍କୁଲ ଓ  କଲେଜ ଗୁଡ଼ିକ ମଧ୍ୟ ବନ୍ଦ ରହିଛି ।

 ଶାନ୍ତାକୁମାର ଆହୁରି ମଧ୍ୟ କହିଛନ୍ତି ଯେ ଆଜିର ବନ୍ଦ ଡାକରାକୁ ବହୁ ସଂଗଠନର ସମର୍ଥନ ମିଳିଛି ।  ଆମେ ବେଙ୍ଗାଲୁରୁର ଫ୍ରିଡମ୍ ପାର୍କରେ ଆମର ଦାବି ନେଇ ବିରୋଧ କରିବୁ । ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବୁ  । ଏବଂ  ଯଦି ଆମର ବିରୋଧକୁ ନେଇ ସରକାରଙ୍କ ତରଫରୁ କୌଣସି ଉପଯୁକ୍ତ ପ୍ରତିକ୍ରିୟା ନ ମିଳେ , ତେବେ ତୀବ୍ର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଏବଂ ନିଷ୍ପତ୍ତି ନେବୁ।

ad-week
Leave A Reply

Your email address will not be published.