ପ୍ରକାଶ ରାଜ୍‌ଙ୍କ ନେତୃତ୍ବରେ ଏସ୍‌ଆଇଆର୍‌ ବିରୋଧରେ କୋଚିରେ ସିଜେପିର ପ୍ରତିବାଦ

kalipuja

କୋଚି: ‘କୋଚିରେ ଯନ୍ତର ମନ୍ତର’ ଅଭିଯାନର ଅଂଶ ସ୍ୱରୂପ କକ୍ରୋଚ ଜନତା ପାର୍ଟି (ସିଜେପି) ଦ୍ୱାରା ଆୟୋଜିତ ଏକ ପ୍ରତିବାଦ ରାଲି ଶନିବାର କୋଚିର ମାରିନ୍ ଡ୍ରାଇଭରେ ଆରମ୍ଭ ହୋଇଥିଲା, ଯେଉଁଥିରେ ପ୍ରାୟ ୫୦୦ କର୍ମୀ ଅଂଶଗ୍ରହଣ କରିଥିଲେ। ରାଲିର ନେତୃତ୍ବ ଅଭିନେତା ପ୍ରକାଶ ରାଜ ନେଇଥିଲେ। ସେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ରଦ୍ଦ କରିବା ଓ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ।ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ଏହି ପ୍ରତିବାଦରେ ଯୋଗଦେବାକୁ କେରଳ ଗସ୍ତ କରିଥିଲେ। 

ସିଜେପିର ଅଭିଯାନ ଜାରି ରହିବ
କୋଚିନ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେ କହିଛନ୍ତି, ଦେଶରେ ଏକ ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ ବ୍ୟବସ୍ଥା ସୁନିଶ୍ଚିତ ନହେବା ପର୍ଯ୍ୟନ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ସିଜେପିର ଅଭିଯାନ ଜାରି ରହିବ। ବିମାନବନ୍ଦରରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତାବେଳେ ଦୀପ୍‌କେ ଅଭିଯୋଗ କରିଥିଲେ ଯେ, ବର୍ତ୍ତମାନର ସିିଇସିଙ୍କ ନେତୃତ୍ବରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ବିଶ୍ବାସ କରାଯାଇପାରିବ ନାହିଁ। ଏହି ନିର୍ବାଚନ କେବଳ ଗୋଟିଏ ରାଜ‌ନୈତିକ ଦଳକୁ ଲାଭ ପହଞ୍ଚାଇବା ଲକ୍ଷ୍ୟରେ କରାଯାଉଛି ଓ ଆମ ପାଖରେ ଏହାର ଅନେକ ଉଦାହରଣ ରହିଛି।

କେରଳରେ ସର୍ବାଧିକ ସଂଖ୍ୟକ ପଞ୍ଜିକୃତ ସିଜେପି ସଦସ୍ୟ ଥିବା ଦାବି କରି ଦୀପକେ ମଧ୍ୟ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ପ୍ରତିବାଦରେ ବହୁ ସଂଖ୍ୟକ ଯୁବକ ଯୁବତୀ ଅଂଶଗ୍ରହଣ କରିବେ। ଡେମୋକ୍ରାଟିକ୍ ୟୁଥ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ରାଜ୍ୟ ସଭାପତି ଚିନ୍ତା ଜେରୋମ୍ ମଧ୍ୟ ପଦଯାତ୍ରାରେ ଯୋଗ ଦେଇଥିଲେ। ଅଂଶଗ୍ରହଣକାରୀମାନେ ଜାତୀୟ ପତାକା ଧରିଥିଲେ ଓ ସିଇସି ବିରୋଧରେ ସ୍ଲୋଗାନ ଦେଇଥିଲେ। ରାଲି ରାଜେନ୍ଦ୍ର ମୈଦାନରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି, ଯେଉଁଠାରେ ଦୀପ୍‌କେ ଏକ ପ୍ରତିବାଦ ସଭାକୁ ସମ୍ବୋଧିତ କରିବେ। ପ୍ରତିବାଦ ଶୋଭାଯାତ୍ରା ଯାଉଥିବା ମାର୍ଗରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ad-week
Leave A Reply

Your email address will not be published.