ଗାଜିଆବାଦ ଫାଣ୍ଡିରେ ବିସ୍ଫୋରଣ, ଡେଲିଭରି ବୟ ଆହତ

kalipuja

ଉତ୍ତରପ୍ରଦେଶ: ପୁଲିସ ଚୌକି ଭିତରେ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟିଛି । ଫଳରେ ପୂରା ଅଞ୍ଚଳ ଥରି ଉଠିଥିଲା । ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ବସୁନ୍ଧରା ପୋଲିସ ଚୌକିରେ ଶୁକ୍ରବାର ରାତିରେ ଏଭଳି ଅଘଟଣ ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ, ରାତି ପ୍ରାୟ ୯ରୁ ୧୦ଟା ମଧ୍ୟରେ ଇନ୍ଦିରାପୁରମ ଥାନା ଅଧୀନ ଏହି ପୋଲିସ ଚୌକି ଭିତରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଚୌକିର ଝରକା କାଚ ଭାଙ୍ଗିଯିବା ସହ ଏୟାର କଣ୍ଡିସନର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସେହି କାଚ ଖଣ୍ଡ ବାଜି ଡେଲିଭରି ବୟ ବିଶାଲ ଆହତ ହୋଇଥିଲେ। ସେ ଗାଜିଆବାଦର ଅର୍ଥଲା ଅଞ୍ଚଳର ବାସିନ୍ଦା। ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ସୂର୍ଯ୍ୟନଗରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି । ସେହି କାଚ ଖଣ୍ଡ ବାଜି ଡେଲିଭରି ବୟ ବିଶାଲ ଆହତ ହୋଇଥିଲେ। ସେ ଗାଜିଆବାଦର ଅର୍ଥଲା ଅଞ୍ଚଳର ବାସିନ୍ଦା। ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ସୂର୍ଯ୍ୟନଗରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି । ଘଟଣା ପରେ ଅତିରିକ୍ତ ପୁଲିସ କମିସନର ରାଜକରଣ ନାୟାର ଏବଂ ଇନ୍ଦିରାପୁରମ ଏସିପି ସୂର୍ଯ୍ୟବଳୀ ମୌର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ଗମ୍ଭୀରତାକୁ ଦେଖି ଫୋରେନସିକ୍ ଟିମ୍ ଓ ବୋମା ନିଷ୍କ୍ରିୟକାରୀ ଦଳକୁ ମଧ୍ୟ ଡକାଯାଇଥିଲା । ତଦନ୍ତକାରୀ ଦଳ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛନ୍ତି। ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି ।

ତେବେ ବିସ୍ଫୋରଣର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏସିରେ ବିସ୍ଫୋରଣ ହୋଇଥିବା ନେଇ କିଛି ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଥିବା ବେଳେ ପୁଲିସ ଏହାକୁ ଏଯାଏଁ ନିଶ୍ଚିତ କରିନାହିଁ । କେଉଁ ବସ୍ତୁରୁ ବିସ୍ଫୋରଣ ଘଟିଲା, ତାହା ଫୋରେନସିକ୍ ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।

ad-week
Leave A Reply

Your email address will not be published.