ବୃଦ୍ଧାଙ୍କୁ ହାଣିଲେ ଡକାୟତ, ଲୁଟିନେଲେ ୮ ଲକ୍ଷ ଟଙ୍କା ସହ ସୁନା ଗହଣା…

add-all

brud

ସୋର : ହାଣି ଲୁଟିନେଲେ ସୁନା ଓ ଟଙ୍କା। ବୃଦ୍ଧାକୁ ହାଣି ୮ ଲକ୍ଷ ଟଙ୍କା ଓ ଶହେ ଗ୍ରାମ ସୁନା ଲୁଟି ନେଇଛନ୍ତି ଡ଼କାୟତ। ବାଲେଶ୍ବର ଜିଲ୍ଲା ଗୋପାଳପୁର ଥାନା ଯୁଣିଆ ବଜାରରେ ଏହି ଲୁଟ୍ ହୋଇଛି। ଗୁରୁତର ବୃଦ୍ଧା ଡାକ୍ତରଖନାରେ ଭର୍ତ୍ତି ।

ଖବର ଅନୁଯାୟୀ ଯୁଣିଆ ବଜାର ରାମ ମନ୍ଦିର ନିକଟରେ ରାଜକିଶୋର ଗୁପ୍ତା ଏକ ହୋଲସେଲ ତେଜରାତି ଦୋକାନ କରି ସେଠାରେ ରହୁଛନ୍ତି। ଗତକାଲି ରାତିରେ ରାଜକିଶୋର ଷ୍ଟେସନକୁ ଯାଇଥିବାବେଳେ ରାଜକିଶୋରଙ୍କ ମାଆ ଘରେ ଏକା ଥିଲେ। ବିଳମ୍ବିତ ରାତିରେ ଶସସ୍ତ୍ର ଡକାୟତ ଘରେ ପଶି ଶାନ୍ତିଲତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସୁନା ଓ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି। ରାଜକିଶୋର ଘରେ ପହଞ୍ଚି ମାଆଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଗୋପାଳପୁର ଓ ପରେ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋପାଳପୁର ପୋଲିସ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.