ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ବିଭାଗୀୟ ଖାଦ୍ୟ ପ୍ରକ୍ରିୟା କରଣ ସକାଶେ ବୈଠକ

add-all

ବ୍ରହ୍ମପୁର : ଓଡିଶା ଅପିକଲ ଅଧକ୍ଷ ପ୍ରଭାଦିତ୍ୟ ମିଶ୍ରଙ୍କ ଅଧକ୍ଷତାରେ ଗଞ୍ଜାମ ଜ଼ିଲ୍ଲା ପରିଷଦ ଜଉଗଡ ସମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ବିଭାଗୀୟ ଖାଦ୍ୟ ପ୍ରକ୍ରିୟା କରଣ କାର୍ଯ୍ୟକ୍ରମ ପାଞ୍ଚ ଗୋଟି ଜ଼ିଲ୍ଲାର ମୁଖ୍ୟ କୃଷି ଜ଼ିଲ୍ଲା ଅଧିକାରୀ, ଅପିକାଲ ଜ଼ିଲ୍ଲା ସଂଯୋଜକ ଓ କୃଷି ଉଦ୍ୟୋଗୀ ମାନଙ୍କୁ ନେଇ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ନୟାଗଡ, ରାୟଗଡା, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜ଼ିଲ୍ଲାର ମୁଖ୍ୟ କୃଷି ଜ଼ିଲ୍ଲା ଅଧିକାରୀ, ଅପିକାଲ ଜ଼ିଲ୍ଲା ସଂଯୋଜକ ଓ କୃଷି ଉଦ୍ୟୋଗୀ ଗଣ ଯୋଗ ଦେଇଥିଲେ । ଏଥିରେ କୃଷି ଉଦ୍ୟୋଗୀ, କୃଷକ ଉତ୍ପାଦକ ସଂଗଠନ ଏବଂ କୃଷିଜାତ ଦ୍ରବ୍ୟ ସମ୍ବନ୍ଧୀୟ କମ୍ପାନୀ ମାନଙ୍କ ମଧ୍ୟରେ ସମନ୍ୱୟ କର୍ମଶାଳା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ସାହୁ, ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ, ନୟାଗଡ, ସଂଜୀବ ମିଶ୍ର DDM, NABARD, କିଶୋର ଚନ୍ଦ୍ର ନାୟକ, LDM,ଗଞ୍ଜାମ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ସହକାରୀ କୃଷି ଅଧିକାରୀ ପ୍ରଣତୀ ପଣ୍ଡା ଏବଂ ଜ଼ିଲ୍ଲା ସଂଯୋଜକ ଅପିକାଲ ଚିନ୍ମୟ ବେହେରା ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.