ସିଏମ୍‌ ଏନ୍‌ ବିରେନ୍‌ ସିଂଙ୍କ ବହିଷ୍କାର ଦାବି କଲେ ମଲ୍ଲିକାର୍ଜୁନ ଖଡ୍‌ଗେ…

add-all

mallika

ହିଂସାର କବଳରୁ ମୁକୁଳି ପାରୁନାହିଁ ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁର। କିଛି ଦିନ ଶାନ୍ତି ପରେ ରାଜ୍ୟରେ ଇଣ୍ଟରନେଟ୍ ସେବା ପୁନଃସ୍ଥାପିତ ହେବା ପରେ ଏବେ ପୁଣି ସୋସିଆଲ ମିଡିଆରେ ଦୁଇ ଛାତ୍ରଛାତ୍ରୀଙ୍କ ହତ୍ୟାର ଫଟୋ ଭାଇରାଲ ହୋଇଛି। ଫଟୋ ଭାଇରାଲ ପରେ ପୁଣିଥରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।

ରାଜ୍ୟରେ ଏଭଳି ଅଶାନ୍ତି ସ୍ଥିତିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ମଣିପୁରର ଲୋକେ ଏତେ ଦିନ ଧରି ଯନ୍ତ୍ରଣା ଭୋଗୁଛନ୍ତି, ହେଲେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ଗସ୍ତ କରିବାକୁ ସମୟ ନାହିଁ। ବିଜେପି ଯୋଗୁ ମଣିପୁରକୁ ଯୁଦ୍ଧକ୍ଷେତ୍ର କରି ଦିଆଯାଇଥିଲା। ଏହା ସହିତ କଂଗ୍ରେସ ଅଧ୍ୟକ୍ଷ ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂଙ୍କ ବହିଷ୍କାର ମଧ୍ୟ ଦାବି କରିଛନ୍ତି। ସେ କହିଛନ୍ତି ଯେ ସେ ଜଣେ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ।

ମଲ୍ଲିକାର୍ଜୁନ ଖଡ୍‌ଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ‘୧୪୭ ଦିନରୁ ମଣିପୁରର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କିନ୍ତୁ ପିଏମ୍‌ ମୋଦିଙ୍କ ପାଖରେ ରାଜ୍ୟ ଗସ୍ତ କରିବାକୁ ସମୟ ନାହିଁ। ଏହି ହିଂସାରେ ଛାତ୍ରୀଛାତ୍ରଙ୍କୁ ଟାର୍ଗେଟ କରାଯାଉଥିବାର ଏକ ଭୟଙ୍କର ଚିତ୍ର ପୁଣିଥରେ ସମଗ୍ର ଦେଶକୁ ଦୋହଲାଇ ଦେଇଛି। ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ ସଂଘର୍ଷରେ ମହିଳା ଏବଂ ପିଲାମାନଙ୍କ ପ୍ରତି ହିଂସାକୁ ଅସ୍ତ୍ର କରାଯାଇଥିଲା’।

ସୂଚନାଥାଉ କି, ମଣିପୁରରେ ୧୭ ବର୍ଷୀୟା ଛାତ୍ରୀ ହିଜାମ ଲିନ୍‌ଥୋଇନଗାମ୍ବି ଓ ୨୦ ବର୍ଷୀୟ ଛାତ୍ର ଫିଜାମ ହେମଜିତଙ୍କ ଦୁଇଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଥମ ଫଟୋରେ ଦୁହେଁ ଏକ ଘାସ ପଡ଼ିଆରେ ବସିଥିବାର ଦେଖାଯାଉଥିବା ବେଳେ ଦ୍ୱିତୀୟ ଫଟୋରେ ସେମାନଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳୁଛି। ଏହି ଫଟୋରେ ଅସ୍ତ୍ର ଧରିଥିବା ଦୁଇ ବ୍ୟକ୍ତି ମଧ୍ୟ ପଛରେ ନଜର ଆସୁଛନ୍ତି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ମାମଲାର ସିବିଆଇ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.