ଆସିକା ମୁନିସିପାଲିଟି ରେ ମହା ଦୁର୍ନୀତି ଅଭିଯୋଗ ବ୍ଲିଚିଙ୍ଗ ବଦଳରେ ପଡୁଛି ଚୂନ…..!

puja26


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ମୁନିସିପାଲିଟିରେ ବନ୍ୟା ପରେ ବିଭିନ୍ନ ସାହି ବସ୍ତିରେ ପରିମଳ ପାଇଁ ବ୍ଲିଚିଙ୍ଗ ଛିଞ୍ଚନ କରାଯାଉଛି। ଆସିକା ର କିଛି ୱାର୍ଡ ମେମ୍ବର ମାନେ ବ୍ଲିଚିଙ୍ଗ ନାଁ ରେ ଚୂନ ପକା ଯାଉଥିବା ଅଭିଯୋଗ କରିଛନ୍ତି। ଆସିକା ମୁନିସିପାଲିଟିରେ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜନୈତିକ ନେତାଙ୍କ ବୋଲରେ ପଡ଼ି ମିଥ୍ୟା ଫଲସ ବିଲ କରିଥିବା ମଧ୍ୟ ଅଭିଯୋଗ ଆସୁଛି। ନିଜକୁ ସମାଜ ସେବୀର ଆଖ୍ୟା ଦେଇ ହଜାର ହଜାର ଲୋକଙ୍କୁ ନିଜ ପକେଟରୁ ରନ୍ଧା ଖାଦ୍ୟ ଦେଉଥିବା ସମ୍ପର୍କ ରେ ମିଡ଼ିଆ ରେ ପ୍ରଚାର କରିବା ପରେ କ୍ଷମତା ର ଅପବ୍ୟବହାର କରି ମୁନିସିପାଲିଟି ପକ୍ଷରୁ ରିଲିଫ ଦିଆଗଲା ବୋଲି ମିଥ୍ୟା ବିଲ ହାତେଇବା ପାଇଁ ଜୋର ଦାର ପ୍ରୟାସ ଆରମ୍ଭ ହୋଇଥିବା ବି ଅଭିଯୋଗ ହେଉଛି।

ad-week
Leave A Reply

Your email address will not be published.