
ବ୍ରହ୍ମପୁର: ପେଟପାଇଁ ନାଟ ଆସିକା ମୁନିସିପାଲିଟି ଅଫିସରେ ସିଡିଓ ଆସିକା ବିଧାୟକଙ୍କ ଦୁର୍ବ୍ୟବହାର ର ଶିକାର ହେଲେ। ତୁମ୍ବି ତୋଫାନ ସହ ସାଧାରଣ ଜନତାଙ୍କ ପକ୍ଷରୁ ସିଡିଓ ଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ମିଳାଲା। ଆସିକା ଥାନାକୁ ବିଧାୟକଙ୍କ ନାମରେ ଏକ ଏତଲା ଲେଖିଥିବାର ଏକ ଚିଠି ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା। ହେଲେ ଆସିକା ବିଧାୟକ “ସାତ ଖୁନ ମାଫ ” ଭଳି କାର୍ଯ୍ୟକଳାପ କଲେ ବି ଦଳର ମୁଖିଆ ତାଙ୍କୁ ମାଫ କରିଥିବାର ପୂର୍ବରୁ ରୁ ନଜିର ରହିଛି। ବାଲି ମାଫିଆ ମାନଙ୍କ ଠାରୁ ବଟି ମାଗିବା ଘଟଣାରେ ଦଳ ବଦନାମ ସାଙ୍ଗକୁ ଆସିକା ଅଞ୍ଚଳର ଅଧିକାଂଶ ସରକାରୀ ଅଧିକାରୀ ମାନଙ୍କୁ ନାକେ ଦମ କରି ଧମକ ଚମକ ଦେଇ ବଦଳୀ କରୁଥିବାର ନଜିର ରହିଛି।ବିଧାୟକ ଙ୍କ ଆକ୍ରୋଶ ର ଶିକାର ହୋଇ ଆସିକା ଅଞ୍ଚଳରେ ସରକାରୀ କର୍ମଚାରୀ ମାନେ ସୁରକ୍ଷିତ ନାହାନ୍ତି ବୋଲି ଚର୍ଚ୍ଚା ବି ହେଉଛି। ଭାଇନା ଙ୍କ ନାଲି ଆଖି ଏଥର ଯୁବ ଆଇପିଏସ ଅଫିସର ଆଗରେ ଫିକା ପଡ଼ିଛି। ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ ବିଧାୟକ ଙ୍କ ଏହି ଆଚରଣ କୁ ନିନ୍ଦା କରିଛନ୍ତି ଏପରକି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଯୁବ ଆଇ ପି ଏସ ଅଫିସର ଙ୍କ ସଫକ୍ଷ୍ୟ ରେ ଥିବା ବେଳେ ସଡ଼ିଓ ରାଜ୍ୟ ସରାକରଙ୍କ ଚାପ ଆଗରେ ମୁଣ୍ଡ ନୁଆଇଁ ଶେଷରେ ବିଧାୟକ ସହ କୋଳା କୋଳି ହେବାର ଫୋଟ ବିଧାୟକଙ୍କ ଚେଲା ଚାମୁଣ୍ଡା ମାନେ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ କରୁଥିବା ଚର୍ଚ୍ଚା ଜୋର ଧରିଛି। ଲୋକ କହୁଛନ୍ତି ପେଟ ପାଇଁ ନାଟ। ଏଠାରେ ସ୍ପଷ୍ଟ ହୋଇଛି ବିଧାୟକ ଯାହା କହିଥିଲେ ସେ ଆସ୍କା ର ମନ୍ତ୍ରୀ ତାହା ହିଁ ହେଲା ତାଙ୍କ ବିନା ଇସାରା ରେ ଗଛରୁ ପତ୍ର ଵି ଝଡ଼େ ନାହିଁ l ବର୍ତ୍ତମାନ ମାନ ଅଫିସର ମାନଙ୍କ ମନରେ କକୁଆ ଭୟ ଖେଳି ଗଲା ଯୁବ ଆଇ ପି ଏସ ଅଫିସର ଙ୍କ ଏପରି ନିଷ୍ପତି ଯୋଗୁଁ l ଜଦି ସରକାରୀ ଚାକିରୀଆ ଏପରିକି ଆ ଇ ପି ଏସ, ଆଇ ଏ ଏସ ମାନେ ଜଦି ମୁଣ୍ଡ ତଳକୁ କରିବେ ତେଵେ ସାଧାରଣ ଜନତା କାହାକୁ ଭରଷା କରିବେ…
