ଭୁଲ ଇଞ୍ଜେକସନ ନେଲା ନାବାଳିକାଙ୍କ ଜୀବନ, ମୃତଦେହ ବାହାରେ ପକାଇ ଚାଲିଗଲେ କର୍ମଚାରୀ

add-all

UP_1695985272

ମୈନପୁର : ଅବହେଳା ଓ ଅମାନବିକତାର ନିଚ୍ଛକ ଘଟଣା ଉତ୍ତର ପ୍ରଦେଶର ମୈନପୁରରେ ଘଟିଛି। ଏଠାରେ ଗୋଟିଏ ଘରୋଇ ହସ୍ପିଟାଲରେ ଘଟିଛି ଅଭାବନୀୟ ଘଟଣା। ହସ୍ପିଟାଲର ଜଣେ ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁ ଚାଲି ଯାଇଛି ୧୭ ବର୍ଷୀୟ ଝିଅଙ୍କ ଜୀବନ।
ମୃତ୍ୟୁ ପରେ ମଧ୍ୟ କିଶୋରୀଙ୍କ ମୃତଦେହକୁ ମିଳିନି ସମ୍ମାନ। ମୃତଦେହକୁ ହସ୍ପିଟାଲର କର୍ମଚାରୀମାନେ ବାହାରେ ଥିବା ଗୋଟିଏ ବାଇକ ଉପରେ ରଖି ଦେଇ ଫେରାର ହୋଇଯାଇଛନ୍ତି। ଝିଅର ମୃତ୍ୟୁ ହୋଇ ସାରିଥିବା କଥା ମଧ୍ୟ ପରିବାର ଲୋକଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଅବଗତ କରାଇ ନଥିଲେ ବୋଲି ଅଭିଯୋଗ ହୋଇଛି।
ଘଟଣା ପରେ ଲୋକଙ୍କ ଆକ୍ରୋଶକୁ ଦେଖି ସଂପୃକ୍ତ ଡାକ୍ତର ଓ କର୍ମଚାରୀମାନେ ଫେରାର ହୋଇ ଯାଇଛନ୍ତି। ଝିଅଟିର ପରିବାର ଲୋକ ନ୍ୟାୟ ପାଇଁ ବିକ୍ଷୋଭ କରିଛନ୍ତି। ବାଇକ ଉପରେ କିଶୋରୀଙ୍କ ମୃତଦେ ପଡ଼ି ରହିଥିବା ବେଳେ ଏହାକୁ ଧରି ତାଙ୍କ ବାପା ମା’ ଭୋ ଭୋ ହୋଇ କାନ୍ଦୁଥିବାରୁ ହୃଦୟ ବିଦାରକ ଭିଡିଓ ମଧ୍ୟ ଏବେ ଭାଇରାଲ ହେଉଛି।
ଭାରତୀ ନାମ୍ନୀ କିଶୋରୀଙ୍କୁ ଘିରୋର ଅଞ୍ଚଳରେ ଥିବା ରାଧା ସ୍ୱାମୀ ହସ୍ପିଟାଲକୁ ମଙ୍ଗଳବାର ଅଣା ଯାଇଥିଲା। ସେ ପ୍ରବଳ ଜ୍ୱରରେ ପୀଡ଼ିତ ଥିବାରୁ ହସ୍ପିଟାଲ ଆସିଥିଲେ।
ବୁଧବାର ସେ ପୂରା ସୁସ୍ଥ ହୋଇ ଯାଇଥିଲେ। ତଥାପି ତାଙ୍କୁ ଗୋଟିଏ ଇଞ୍ଜେକସନ ଦିଆଯାଇଥିଲା। ଇଞ୍ଜେକସନ ନେବା କ୍ଷଣି ଭାରତୀଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା।
ଏହା ଦେଖି ଇଞ୍ଜେକସନ ଦେଇଥିବା ଡାକ୍ତର ଜଣଙ୍କ ତୁରନ୍ତ ଭାରତୀଙ୍କୁ ଅନ୍ୟତ୍ର ନେଇଯିବାକୁ କହିଥିଲେ। ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଡାକ୍ତର ଏକଥା କହିବା ବେଳ ଠାରୁ ହିଁ ଭାରତୀଙ୍କ ମୃତ୍ୟୁ ହୋଇ ସାରିଥିଲା।
ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହକୁ ବାହାରକୁ ଆଣିଥିଲେ। ସେମାନେ କାହାକୁ କିଛି ନ କହି ଭାରତୀଙ୍କ ମୃତଦେହକୁ ଗୋଟିଏ ବାଇକ ଉପରେ ରଖି ଦେଇ ଚାଲି ଯାଇଥିଲେ ବୋଲି ପରିବାର ଲୋକ କହିଛନ୍ତି। ତେବେ ଏନେଇ ପୁଲିସରେ ପରିବାର ଲୋକ କୌଣସି ପ୍ରକାରର ଅଭିଯୋଗ କରି ନାହାନ୍ତି।
ଅନ୍ୟପକ୍ଷରେ ଘଟଣାକୁ ନେଇ ବିବାଦ ବଢ଼ୁଥିବାରୁ ମୁଖ୍ୟ ମେଡିକାଲ ଅଫିସର ସଂପୃକ୍ତ ହସ୍ପିଟାଲକୁ ସିଲ୍‌ କରିଛନ୍ତି।

ad-week
Leave A Reply

Your email address will not be published.